ହୃଦୟହୀନ ମା; ନବଜାତକୁ ପଲିଥିନ୍‌ରେ ବାନ୍ଧି ନାଳରେ ଫିଙ୍ଗି ଦେଲା, ଠାବ କଲା ବୁଲା କୁକୁର

ନାଳରୁ ମିଳିଲା ନବଜାତ ଶିଶୁ କନ୍ୟା । ଠାବ କଲା କୁକୁର । ଏଭଳି ସମ୍ବେଦନଶୀଳ, ସ୍ପର୍ଶକାତର ଘଟଣା ଘଟିଛି ହରିଆଣା ଅମ୍ବାଲା ଅନ୍ତର୍ଗତ କୈଥଲରେ । ଶିଶୁ କନ୍ୟାଟି ଜନ୍ମ ହେବାର କିଛି ସମୟ ପରେ କେହି ହୃଦୟହୀନ ବ୍ୟକ୍ତି ପିଲାଟିକୁ ଏକ ପଲିଥିନ ଭିତରେ ଗୁଡ଼ାଇ ନାଳ ଭିତରେ ପକାଇ ଦେଇଥିଲା । ତେବେ ବୁଲା କୁକରଟିଏ ପଲିଥିନ୍‌କୁ କାମୁଡ଼ି ନାଳ ଭିତରୁ ବାହାରକୁ ଟାଣି ଆଣି ଭୁକୁଥିବା ବେଳେ ଏହା ଲୋକଙ୍କ ନଜରକୁ ଆସିଲା । ଲୋକେ ନବଜାତକୁ ଦେଖି ତାକୁ ଉଦ୍ଧାର କରିଥିଲେ । ଆଜି ଭୋର ସମୟରେ ଏହି ଘଟଣା ଘଟିଥିଲା । ସ୍ଥାନୀୟ ଲୋକଙ୍କ କହିବ ଅନୁଯାୟୀ, ଜଣେ ମହିଳା ପିଲାଟିକୁ ପଲିଥିନରେ ରଖି ଫିଙ୍ଗି ଦେଇ ଯାଇଥିଲା ।
ପରେ ପୋଲିସ୍‌ ଖବର ପାଇ ପିଲାଟିକୁ ପ୍ରଥମେ ସ୍ଥାନୀୟ ହସପିଟାଲକୁ ନେଇଥିଲା । ପରେ ତାକୁ ଚଣ୍ଡିଗଡ଼ ପିଜିଆଇରେ ଭର୍ତ୍ତି କରିଛି । ଶିଶୁଟି ଦେହରେ ଆଘାତ ଲାଗିଛି । ଘୃଣ୍ୟ କାମ କିଏ କରିଛି ତାର ଛାନବିନ୍‌ କରୁଛି ପୋଲିସ୍‌ । ପିଲାଟି ସଂପୃକ୍ତ ମହିଳାଙ୍କର ନା ଆଉ କାହାର ତାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.