ଯଦି ଆପଣ ଲେଖାଲେଖି କରିବାରେ ଆଗ୍ରହ ରଖିଛନ୍ତି ଏବଂ ଫ୍ରିଲାନ୍ସ ରାଇଟିଂ କରିବାକୁ ଇଚ୍ଛା ରଖିଛନ୍ତି, ତେବେ ଆପଣଙ୍କ ପାଇଁ ନେଟଫ୍ଲିକ୍ସ ଆଣିଦେଇଛି ଖୁସି ଖବର। ଆପଣ ଦୁନିଆର ସବୁଠାରୁ ବଡ ଅନ୍ଡିମାଣ୍ଡ ସସର୍ଭିସ ‘ନେଟଫ୍ଲିକ୍ସ’ ସହିତ ଯୋଡି ହେବାକୁ ଯାଉଛନ୍ତି। ଆପଣ ନେଟଫ୍ଲିକ୍ସ ପାଇଁ ଲେଖାଲେଖି କରିପାରିବେ। ନେଟଫ୍ଲିକ୍ସ ପକ୍ଷରୁ ଫ୍ରିଲାନ୍ସ ଲେଖକଙ୍କ ପାଇଁ ନିଯୁକ୍ତି ପଦବୀ ଖାଲି ରହିଛି। ଯେଉଁମାନେ ହିନ୍ଦୁଦେବତା, ପୌରାଣିକ କଥାବସ୍ତୁ ଏବଂ ଭାରତୀୟ ସଂସ୍କୃତି ବିଷୟରେ ଜ୍ଞାନ ରଖିଥିବେ, ସେମାନେ ଏଥିରେ ଆବେଦନ କରିପାରିବେ। ଏହା ବିଷୟରେ ମେରୀଲ ଆଲପର ଟ୍ଵିଟ କରି ସୂଚନା ଦେଇଛନ୍ତି। ଏହି ପଦବୀ ପାଇଁ ଲେଖକର ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତା ଥିବା ଆବଶ୍ୟକ।
ଅଭିଜ୍ଞତା :
– ଟିଭି ସିରିଜ ଲେଖିବାର ଅନୁଭବ ରହିଥିବା ଆବଶ୍ୟକ।
– ପ୍ରି- ସ୍କୁଲ ଲେଖିବାର ଅନୁଭବ ରହିବା ମଧ୍ୟ ଆବଶ୍ୟକ।
– ଏହାସହିତ ଡାଏଲଗ, ଚରିତ୍ର ଏବଂ ଏଣ୍ଟରଟେନମେଣ୍ଟ ଉପରେ ଲେଖିବାର ଅଭିଜ୍ଞତା ଥିବା ଆବଶ୍ୟକ।
କ’ଣ ରହିବ ଦାୟିତ୍ୱ :
ସାଂସ୍କୃତିକ କିମ୍ବା ପୌରାଣିକ କ୍ଷେତ୍ରରେ ନିଜର ଉପଦେଶ ଦେଇପାରୁଥିବେ। ଯାହାଦ୍ୱାରା ଛୋଟ ପିଲାମାନେ ରୁଚି ଦେଖାଇବେ।
-୧୧ ମିନିଟ ଆନିମେଡଟ ଏପିଶୋଡ ପାଇଁ ସ୍ପ୍ରିଙ୍ଗବୋର୍ଡ, ପରିସର, ରୂପରେଖ ଏବଂ ସ୍କ୍ରିପ୍ଟ ଲେଖିବେ।
– ଲସ ଆଞ୍ଜେଲସରେ ଟିମ ସହିତ ମିଟିଂ ପାଇଁ ଉପଲବ୍ଧ ରହିବେ।
– ଆନିମେଶନରେ କ୍ରିଏଟିଭ କାମ ଜାଣିଥିବା ଆବଶ୍ୟକ।
– ନିଜ କାମକୁ ସଠିକ ସମୟରେ ସାରିବାର କ୍ଷମତା ରହିଥିବା ଦରକାର।