ପାରାଦୀପ: ବିତି ଯାଇଛି ୧୦ ବର୍ଷ ହେଲେ ଫେରିନି ଭାଇ, ରାକ୍ଷୀକୁ ଧରି ଭଉଣୀ ଅନ୍ନଦାଙ୍କ ଆଖିରେ ଲୁହ

ପାରାଦୀପ(କେନ୍ୟୁଜ୍): ସରିଛି ରାକ୍ଷୀ ପୂର୍ଣ୍ଣିମା। ଭାଇ ହାତରେ ରାକ୍ଷୀଟିଏ ବାନ୍ଧି ତାର ରକ୍ଷା କବଚ ସାଜିବାକୁ ଶୁଭ ମନାସିଥାଏ ଭଉଣୀ। କିନ୍ତୁ ଭାଇର ଅନୁପସ୍ଥିତିରେ ରାକ୍ଷୀକୁ ଧରି ଭଉଣୀ ଅନ୍ନଦାଙ୍କ ଆଖିରେ ଲୁହ । ନିରବି ଯାଇଛି କଅଁଳ ଓଠର ଖିଲି ଖିଲି ହସ । ଦିନ ଥିଲା ରାକ୍ଷୀ ପୂର୍ଣ୍ଣିମାରେ ହସି ହସି ଗଡି ଯାଉଥିଲା। ସେହି ରାକ୍ଷୀ ପୁର୍ଣ୍ଣିମାରେ କାନ୍ଦି କାନ୍ଦି ଥକି ପଡୁଛନ୍ତି।

ପାରାଦୀପ ନୂଆବଜାରର ଲକ୍ଷ୍ମୀଧର ସାହୁଙ୍କ ଘର। ଝିଅ ଅନ୍ନଦା ଏବଂ ପୁଅ ସରୋଜ। ଡିସେମ୍ବର ୨୦୦୯ରୁ କଲେଜ ପଢୁଆ ପୁଅ ସରୋଜ ଘରୁ କୁଆଡେ ଯାଇଛି ଯେ ଫେରିନି। ବିତି ଯାଇଛି ୧୦ ବର୍ଷ । ହେଲେ ଭୁଲିପାରିନି ଭଉଣୀ ଅନ୍ନଦା ।  ଭଉଣୀର ବିଶ୍ୱାସ ଭାଇ ଦିନେ ନ ଦିନେ ଫେରିବ। ଦୁବ, ବରକୋଳି, ଅରୁଆ ଚାଉଳ ଏବଂ ଧୂପଦୀପରେ ବନ୍ଦାପନା କରି ହାତରେ ବାନ୍ଧିବ ରାକ୍ଷୀ। ସରୋଜ ନିଖୋଜ ନେଇ ପାରାଦୀପ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୋଲିସ କେବଳ ଗୋଟିଏ ମିସିଂ କେସ୍‌ କରି ବସି ରହିଛି। ଗରିବ ପରିବାର ସରୋଜକୁ ଖୋଜିବାକୁ ସମ୍ବଳ ମଧ୍ୟ ପାଉନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.