ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରେ ବୁଲୁଥିବା ବଦ୍ମାସ ଲୋକ ଗିରଫ । ଲକ୍ଷ୍ମୀସାଗରରେ ଛାତ୍ରୀ ଅସଦାଚରଣ ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ ପୋଲିସ । ପୂର୍ବରୁ ସିସିଟିଭିରେ ଭିଡିଓ ଆଧାରରେ ପୋଲିସ ଅଭିଯୁକ୍ତକୁ ଚିହ୍ନଟ କରିଥିଲା । କିଛି ଦିନ ତଳେ ଲକ୍ଷ୍ମୀସାଗର ଅଞ୍ଚଳରେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ସାଇକେଲରେ ଯାଉଥିବା ବେଳେ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ସବରସାହି ନିକଟରେ ଅସଦାଚରଣ ହୋଇଥିଲା । ନାବାଳିକା ଜଣକ ଟିଉସନ ଯାଉଥିବା ବେଳେ ଅଭିଯୁକ୍ତ ବାଇକରେ ଆସି ତାଙ୍କୁ ଅଟକାଇ ଅସଦାଚରଣ କରିଥିଲା । ବିଚ୍ ରାସ୍ତାରେ ଅସଦାଚରଣ ନେଇ ନାବାଳିକାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ ।