ଗତ ରବିବାର ଦିନ ଗୋକୁଳ ଧାମର ଏସଜିଏମ୍ ନଗରରେ ଏକ ଷଣ୍ଢ ବୁଲୁଥିଲା। ଏସଜିଏମ୍ ନଗରରେ ରହୁଥିବା ସଚିନ ଚୌଧୂରୀଙ୍କ କହିବା ଅନୁଯାୟୀ ଗତ ରବିବାର ଦିନ ଷଣ୍ଢ ବୁଲୁଥିବା ସମୟରେ ସେ ଷଣ୍ଢର ପେଟରେ କଟାଥିବାର ଲକ୍ଷ୍ୟ କରିଥିଲେ। କଟାଥିବା ସ୍ଥାନରୁ ପଲିଥିନ ବାହାରିଥିବାର ସେ ଦେଖିଥିଲେ। ଯନ୍ତ୍ରଣାରେ ଷଣ୍ଢଟି ମଧ୍ୟ ଦୌଡିବାକୁ ଲାଗିଥିଲା। ଶେଷରେ ଗୋବଂଶ ସେବକ ଏବଂ ଇଜ୍ଜରର ପଶୁ ପ୍ରେମୀ ସଂସ୍ଥା ଗୋକୁଳଧାମର ଡାକ୍ତର ଅଞ୍ଜଳୀଙ୍କ ସହ ସମ୍ପର୍କ କରିଥିଲେ। ଏହାପରେ ଗତ ସୋମବାର ଦିନ ଗୋକୁଳଧାମର ଡାକ୍ତରମାନେ ଆସି ଷଣ୍ଢକୁ ଫରିଦାବାଦ ନେଇଯାଇଥିଲେ।
ଡ. ଅଞ୍ଜଳୀଙ୍କ କହିବା ଅନୁଯାୟୀ ପାଖାପାଖି ତିନି ଘଣ୍ଟା ଧରି ଅପରେସନରେ ଷଣ୍ଢର ପେଟରୁ ଆଶ୍ଚଯ୍ୟର୍ କରିଦେବା ଭଳି ଜିନିଷ ବାହାରିଥିଲା। ଷଣ୍ଢର ପେଟରୁ ଲୁହା, ବ୍ଲେଡ, ଓ୍ଵାସର, ବୋଲ୍ଟ, ଜିପ୍, ଟଙ୍କା , ତାର, ପେନସିଲ୍ ସହ ୮୦ କିଲୋର ପଲିଥିନ୍ ବାହାରିଥିଲା। ବର୍ତ୍ତମାନ ଷଣ୍ଢକୁ ଗୋକୁଳଧାମ ହସ୍ପିଟାଲରେ ରଖାଯାଇଛି। ଡ. ଅଞ୍ଚଳୀଙ୍କ କହିବା ଅନୁଯାୟୀ ଲୋକମାନେ ପଲିଥିନ୍ ଠାରୁ ଦୂରେଇ ରହିବା ଉଚିତ।