ସୌରମଣ୍ଡଳ ବାହାରେ ମିଳିଲା ପାଣିର ସନ୍ଧାନ, ଜଳୀୟବାଷ୍ପ ଓ ତାପମାନକୁ ଖୋଜି ବାହାର କଲେ ଆଷ୍ଟ୍ରୋନଟ

ସୌରମଣ୍ଡଳ ବାହାରେ ଏକ ଗ୍ରହରୁ ମିଳିଲା ପାଣିର ସନ୍ଧାନ । ଜଳୀୟବାଷ୍ପ ଓ ତାପମାନକୁ ଖୋଜି ବାହାର କରିଛନ୍ତି ସୌରମଣ୍ଡଳରୁ ପୂରା ଦୁନିଆ ସଂପର୍କରେ ଅଧ୍ୟୟନ କରୁଥିବା ଆଷ୍ଟ୍ରୋନଟ । ସୁପର ଆର୍ଥ ଦ୍ୱାରା ଖୋଜା ଯାଇଥିବା ଏହି ପାଣି ଫଳରେ ସେଠାରେ ଜୀବନ ବଞ୍ଚିବାର ଆଶା ମଧ୍ୟ ଉଦ୍‌ଜୀବିତ ହୋଇଛି । ବିଶେଷଜ୍ଞମାନେ K2-18b ବାତାବରଣରେ ଜଳୀୟବାଷ୍ପର ଆବିଷ୍କାର କରିଛନ୍ତି । ଏହା ପୃଥିବୀ ଠାରୁ ୧୧୦ ପ୍ରକାଶ ବର୍ଷ ଦୂରରେ ରହିଛି । ଗୋଟିଏ ପ୍ରକାଶ ବର୍ଷ ମହାକାଶର ଦୂରତାକୁ ମାପିଥାଏ । ଏହା ୬ ଟ୍ରିଲିୟନ୍‌ ମାଇଲ୍‌ ହୋଇଥାଏ । K2-18b ପୃଥିବୀ ଠାରୁ ୮ ଗୁଣା । ଏହା ଏକ ମାତ୍ର ଗ୍ରହ ଯାହା ସୌରମଣ୍ଡଳ ବାହାରେ ଏକ ତାରା ଚାରିପଟେ ପରିକ୍ରମା କରେ । ପୃଥିବୀ ବାହାରେ ଅନ୍ୟ ଏକ ଗ୍ରହରେ ପାଣିର ସନ୍ଧାନ ମିଳିବା ଆଶ୍ଚିର୍ଯ୍ୟଜନକ ଅଟେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.