ବିବାହ କରିବା ପାଇଁ ପଛରେ ପଡ଼ିଥିଲେ ଯୁବକ, ନମାନିବାରୁ ମହିଳାଙ୍କ ଦେହରେ ଲଗାଇଦେଲେ ନିଆଁ

ଉତ୍ତମନଗରର ଓମ ବିହାର ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି I ବିବାହ କରିବା ପାଇଁ ମନା କରିବାରୁ ଜଣେ ବ୍ୟକ୍ତି ମହିଳାଙ୍କ ଲୁଗାରେ ନିଆଁ ଲଗାଇ ଫେରାର ହୋଇଯାଇଛନ୍ତି I ମହିଳାଙ୍କ ସିନ୍ଥେଟିକ କପଡ଼ାରେ ନିଆଁ ଲାଗିଯାଇଥିବାରୁ ଏହାଦ୍ୱାରା ସେ ଗମ୍ଭୀର ଭାବେ ଆହତ ହୋଇଛନ୍ତି I ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ ହେବା ପରେ ତାଙ୍କୁ ଗିରଫ କରାଯାଇଛି I

ପୋଲିସର କହିବା ଅନୁଯାୟୀ ପାର୍ବତୀ ନାମକ ଜଣେ ମହିଳା ପୂର୍ବରୁ ବିବାହିତ ଅଟନ୍ତି I ସୋନୁ ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ତାଙ୍କର ଯିବା ଆସିବା ଥିଲା I ସେହି ସମୟରେ ସୋନୁ ତାଙ୍କୁ କୋର୍ଟ ମ୍ୟାରେଜ କରିବା ପାଇଁ ଜିଦ୍ଦୀ କରିଥିଲେ I ଏଥିରେ ମହିଳା ଜଣକ ରାଜି ନହେବାରୁ ସେ ଏହି ଉନ୍ମକ୍ତ କାଣ୍ଡ ଘଟାଇଛନ୍ତି I ପାର୍ବତୀଙ୍କ ପରିବାରରେ ତାଙ୍କ ସ୍ୱାମୀଙ୍କ ସହିତ ତାଙ୍କର ଚାରୋଟି ଝିଅ ମଧ୍ୟ ଅଛନ୍ତି I ପାର୍ବତୀଙ୍କ ସ୍ୱାମୀ ସନୋଜ ପ୍ରାଇଭେଟ କମ୍ପାନୀରେ ଚାକିରୀ କରନ୍ତି ଏବଂ ପାର୍ବତୀ ମଧ୍ୟ ଛୋଟମୋଟ କିଛି କାମ କରି ଦୁହେଁ ପରିବାର ପ୍ରତିପୋଷଣ କରନ୍ତି I

ଏହାସହ ପଢନ୍ତୁ ନାୟବ ତହସିଲଦାର ମାଗିଲେ ୨୫ ହଜାରର ଲାଞ୍ଚ ତ ଗରିବ କୃଷକ ନିଜ ମଇଁଷିକୁ ଆଣି ବାନ୍ଧିଦେଲେ ବାବୁଙ୍କ କାରରେ

ଅଭିଯୋଗ ଅନୁଯାୟୀ ଗତ ଶନିବାର ରାତିରେ ନିଜଘର ପିଲାମାନଙ୍କ ସହ ଥିଲେ I ଠିକ ସେହି ସମୟରେ ସୋନୁ ତାଙ୍କ ଘରେ ପହଂଚି କୋର୍ଟ ମ୍ୟାରେଜ କରିବା ପାଇଁ ବାଧ୍ୟ କରିଥିଲା I ପାର୍ବତୀ ଏହି କଥାକୁ ମନା କରିବା ସହ ଅତ୍ୟନ୍ତ ରାଗିଯାଇଥିଲେ ଏବଂ ଦୁହିଁଙ୍କ ମଧ୍ୟରେ ମାଡ଼ପିଟ ଆରମ୍ଭ ହୋଇଯାଇଥିଲା I ଏହାପରେ ସୋନୁ ପାର୍ବତୀ ପିନ୍ଧିଥିବା ଲୁଗାରେ ନିଆଁ ଲଗାଇ ଫେରାର ହୋଇଯାଇଥିଲେ I ପାଟି ଶୁଣି ପଡ଼ୋଶିମାନେ ସେଠାରେ ପହଂଚି ପାର୍ବତୀଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ଏବଂ ତାଙ୍କର ଗୁରୁତର ଅବସ୍ଥା ଦେଖି ସଫଦରଜଙ୍ଗ ହସ୍ପିଟାଲ ତାଙ୍କୁ ଅନ୍ୟ ସ୍ଥାନକୁ ରେଫର କରିଛନ୍ତି I

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.