ତେଲ କମ୍ପାନୀ ପକ୍ଷରୁ ଏୟାର ଇଣ୍ଡିଆକୁ ମିଳିଲା ଶକ୍ତ ଚେତାବନୀ

କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆକୁ ତେଲ କମ୍ପାନୀଗୁଡିକ ଶକ୍ତ ଚେତାବନୀ ଦେଇଛନ୍ତି । ତେଲ କମ୍ପାନୀ, ଏୟାର ଇଣ୍ଡିଆକୁ ବକେୟା ରାଶି ସୁଝିବାକୁ କହିଛି । କମ୍ପାନୀ ଗୁଡିକ ଏୟାର ଇଣ୍ଡିଆକୁ କହିଛନ୍ତି କି, ମାସିକ ଭରଣ କରନ୍ତୁ ନହେଲେ ୧୮ ଅକ୍ଟୋବର ରୁ ୫୬ ଏୟାରପୋର୍ଟରେ ତେଲ ସପ୍ଳାଏ ବନ୍ଦ କରିଦିଆଯିବ ।

ଏହାସହ ପଢନ୍ତୁ:

SBIର ୪୨ କୋଟି ଗ୍ରାହକଙ୍କୁ ଲାଗିବ ଝଟକା, ବ୍ୟାଙ୍କ ହ୍ରାସ କଲା ସୁଧହାର

ଏୟାର ଇଣ୍ଡିଆକୁ ଗୁରୁବାର ପଠାଯାଇଥିବା ଏକ ପତ୍ରରେ ତିନୋଟି ତେଲ କମ୍ପାନୀ ଯଥା-ଇଣ୍ଡିୟାନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍, ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ କହିଛନ୍ତି କି, ବକେୟା ରାଶି କିଛି କମ୍ ହେଉନାହିଁ। କଥା ଅନୁଯାୟୀ ମାସକୁ ମାସ ବକେୟା ଦିଆଯିବା ନେଇ କୁହାଯାଇଥିବାବେଳେ, କମ୍ପାନୀ ତାହା କରୁନାହିଁ । ଫଳରେ ବକେୟା ରାଶି ବଢିବାରେ ଲାଗିଛି । ସୂଚନା ଅନୁଯାୟୀ, ଅଗଷ୍ଟ ମାସରେ ତିନି ତେଲ କମ୍ପାନୀ କହିଥିଲେ କି, ଏୟାର ଇଣ୍ଡିଆ ଉପରେ ୫ହଜାର କୋଟି ଟଙ୍କା ଗତ ୮ ମାସ ହେଲା ବକେୟା ରହିଛି ।

Leave A Reply

Your email address will not be published.