ମା’ ପେଟରୁ ଜନ୍ମ ନେଲା ‘ଲାଙ୍ଗୁଡ଼’ ଥିବା ଛୁଆ, ଦେଖିବା ପାଇଁ ହସ୍ପିଟାଲରେ ନାହିଁ ନ ଥିବା ଭିଡ଼

ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ଏକ ଅଦ୍ଭୁତ ଛୁଆ ଜନ୍ମ ହୋଇଛି, ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନବଜନ୍ମିତ ଶିଶୁପୁତ୍ରକୁ ଦେଖି ଲୋକେ ଆଶ୍ଚଯ୍ୟର୍ ହୋଇଯାଉଛନ୍ତି। ଛୁଆଟିର ପଛ ଭାଗରେ ଏକ ଲାଙ୍ଗୁଡ଼ ବାହାରିଥିବା ଦେଖିବାକୁ ମିଳୁଛି। ଛୁଆଟିର ଜନ୍ମକୁ ନେଇ ଅନେକ ଲୋକ ଅନେକ କଥା କହୁଛନ୍ତି। କେହି କେହି ତାକୁ ଭଗବାନଙ୍କ ଆସ୍ଥା ସହ ଯୋଡ଼ୁଥିବା ବେଳେ ଆଉ କିଏ ଅଭିଶପ୍ତ ବୋଲି କହୁଛି। କିନ୍ତୁ ଡାକ୍ତର ଏହାର ଅଲଗା କାରଣ ଦର୍ଶାଇଛନ୍ତି।

ଏହାସହ ପଢ଼ନ୍ତୁ: କପଡ଼ା ଦୋକାନକୁ ନିଇତି ଆସୁଛି ଗାଈ, ବିଶ୍ରାମ ନେଇ ପୁଣି ଚାଲିଯାଉଛି, ଭଗବାନ ମାନୁଛନ୍ତି ଲୋକେ

child2

ଗ୍ରେଟର ନୋଏଡାର ଦନକୋରଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ଛୁଆଟିକୁ ଜନ୍ମ ଦେଇଛନ୍ତି, ଯାହାକୁ ଦେଖି ବାପାମା’ ନିଜେ ମଧ୍ୟ ଚକିତ ହୋଇଯାଇଥିଲେ। ତେବେ ଲାଙ୍ଗୁଡ଼ ସହ ଜନ୍ମ ହୋଇଥିବା ଏହି ଅଦ୍ଭୁତ ଶିଶୁ ବିଷୟରେ ଡାକ୍ତର କହିଛନ୍ତି, ଏହାକୁ ‘କଞ୍ଜେନାଇଟଲ୍‌ ନର୍ମାଲିଟି’ କୁହାଯାଏ। ଏହି କାରଣରୁ କେଶ ଅଧିକ ହେବା, କାନରେ କିଛି ସମସ୍ୟା କିମ୍ବା ଅନ୍ୟ ଅଙ୍ଗରେ ପରିବର୍ତ୍ତନ ଦେଖାଦେଇଥାଏ। କିନ୍ତୁ ଏହାଦ୍ୱାରା କୌଣସି ବିପଦ ନ ଥାଏ। ଏମିତି ଲକ୍ଷଣ କେବଳ ୧ କିମ୍ବା ୨ ପ୍ରତିଶତ ଲୋକଙ୍କଠାରେ ହିଁ ଦେଖିବାକୁ ମିଳିଥାଏ।

ଏହାସହ ପଢ଼ନ୍ତୁ: ବୋହୂକୁ କରୁଥିଲେ ଯୌନ ଉତ୍ପୀଡ଼ନ, ଘଟଣା ପ୍ରଘଟ ହେବା ପରେ ଗଳା କାଟି ଜୀବନରୁ ମାରିଦେଲେ, ଜାଣନ୍ତୁ କାମପିପାସୁ ଶ୍ୱଶୁରର କଳା କାରନାମା

ଡାକ୍ତରଙ୍କ କହିବା ଅନୁସାରେ, ବର୍ତ୍ତମାନ ଛୁଆଟି ସମ୍ପୂର୍ଣ୍ଣ ସୁସ୍ଥ ଅଛି। ମା’ର କ୍ଷୀର ମଧ୍ୟ ଖାଉଛି। ଛୁଆର ଏମ୍‌ଆର୍‌ଆଇ କରାଯିବ। ପରେ ପଛପଟେ ବାହାରି ଆସିଥିବା ମାଂସକୁ ସର୍ଜରୀ କରି କଟାଯିବ। ଏହି ପ୍ରକ୍ରିୟା ସୁରକ୍ଷିତ ଅଟେ।

Leave A Reply

Your email address will not be published.