ଏହି ହୋଟେଲକୁ ଆସି ଗର୍ଭବତୀ ହେଲେ, ମିଳିବ ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର

ପ୍ରତ୍ୟେକ ଦମ୍ପତି ନିଜ ବିବାହ ପରେ ହନିମୁନ ଯିବା ପାଇଁ ପ୍ଲାନିଂ କରିଥାନ୍ତି। ଏପରି କୌଣସି ସ୍ଥାନକୁ ବୁଲିବାକୁ ଯାଉଥିଲେ ଆପଣମାନେ ହୋଟେଲ ନିଶ୍ଚିତ ବୁକିଂ କରୁଥିବେ। କିନ୍ତୁ କେବେ ଭାବିଛନ୍ତି, ଯେଉଁ ହୋଟେଲ ବୁକିଂ କରିବା ପାଇଁ ଆପଣ ହଜାର ହାଜର ଟଙ୍କା ଦେଇଥାନ୍ତି, ଯଦି ସେହି ହୋଟେଲ ଆପଣଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦିଏ, ତେବେ ଆପଣ କେମିତି ଅନୁଭବ କରିବେ । ଆପଣ ହୁଏତ ସ୍ୱପ୍ନରେ ଏପରି କଥା ଭାବିଥାଇପାରନ୍ତି, କିନ୍ତୁ ଏହା ସତ୍ୟ ହେବା କଥା କେବେ ଭାବିନଥିବେ। ଏପରି ଏକ ହୋଟେଲ ରହିଛି ଯାହା ଆପଣଙ୍କ ଠାରୁ ପଇସା ନ ଦେଇ ପଇସା ଦେଇଥାଏ।

hotel

ଇସ୍ରାଏଲରେ ଏପରି ଏକ ହୋଟେଲ ନିଜର ଅଫର ରଖିଛି। ଏହି ଅଫର ନେବା ପାଇଁ ଆପଣଙ୍କୁ ଏକ ସର୍ତ୍ତ ମାନିବାକୁ ପଡିବ। ଏହି ହୋଟେଲକୁ ଆସି ଯଦି ଆପରଙ୍କ ପତ୍ନୀ ଗର୍ଭବତୀ ହୋଇଯାଆନ୍ତି ତେବେ ହୋଟେଲ ପକ୍ଷରୁ ଆପଣଙ୍କୁ ୭୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ। ୟେହିଦା ନାମକ ହୋଟେଲ ନିଜର ଗ୍ରାହକଙ୍କ ପାଇଁ ଏପରି ଅଫର ଦେଇଛି।

ଏହାସହ ପଢ଼ନ୍ତୁ ; ଏଠାରେ ଲାଗିଥାଏ ଦୁଲହନ ବଜାର, ଯେଉଁଠି ଯୁବକ ନିଜ ପସନ୍ଦର ଝିଅ କିଣି କରନ୍ତି ବିବାହ

india

ଏହି ହୋଟେଲକୁ ଆସୁଥିବା ଦମ୍ପତି ଯଦି ହୋଟେଲ କର୍ତ୍ତୃପକ୍ଷଙ୍କ ଧାର୍ଯ୍ୟ ତାରିଖ ଦିନ ଯଦି ଗର୍ଭବତୀ ହୁଅନ୍ତି ତେବେ ତାଙ୍କୁ ହୋଟେଲ ପକ୍ଷରୁ ୭୦ ଲକ୍ଷ ପୁରସ୍କାର ଦିଆଯିବ। ଏହା ସହିତ ହୋଟେଲର ସଂପୂର୍ଣ୍ଣ ଖର୍ଚ୍ଚ କାଟ୍‌ କରାଯିବ। ଏହି ଅଫର କେବଳ ୪ ବର୍ଷରେ ଥରେ ଲାଗୁ କରାଯାଏ। ଏହି ହୋଟେଲକୁ ୨୯ ଫେବୃଆରୀ ଦିନ ଦମ୍ପତି ଆସି ଏହି ହୋଟେଲରେ ରୁହନ୍ତି। ଯଦି କୌଣସି ମହିଳା ଗର୍ଭବତୀ ହୋଇଛନ୍ତି ବୋଲି କୁହନ୍ତି, ତେବେ ହୋଟେଲରେ ଥିବା ଡାକ୍ତର ଟିମ୍‌ ତାଙ୍କର ପରୀକ୍ଷା କରି ସତ୍ୟ ଜଣାନ୍ତି। ତା’ ପରେ ତାଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯାଏ।

Leave A Reply

Your email address will not be published.