Below header

‘ଗୁରୁଜୀ ମୁଁ ଆସୁଛି’ ବୋଲି କହି ବିଲ୍ଡିଂରୁ କୁଦିପଡ଼ିଲେ ଯୁବ ଇଞ୍ଜିନିୟର, ଘଟଣା ଜାଣିଲେ ଚକିତ ହୋଇଯିବେ ଆପଣ

ଦୁନିଆର ଅନେକ ସ୍ଥାନରେ ଆତ୍ମଘୋଷିତ ବାବାମାନେ ନିଜ କଥାରେ ଲୋକଙ୍କ ବ୍ରେନ୍‌ ଓ୍ଵାଶ୍‌ କରିଦେଉଛନ୍ତି। ଏପରି କି, ଏଥିରୁ ସେମାନଙ୍କ ଫାଇଦା ମଧ୍ୟ ଉଠାଉଛନ୍ତି। ଏମିତି ଏକ ମାମଲା ଉତ୍ତର ପ୍ରଦେଶର ଗାଜିଆବାଦଠାରେ ଘଟିଛି। ଏଠାରେ ବାବଜୀଙ୍କ ପ୍ରବଚନ ଶୁଣି ଜଣେ ଯୁବ ଇଞ୍ଜିନିୟର ୭ ମହଲା ବିଲ୍ଡିଂରୁ କୁଦି ଆତ୍ମହତ୍ୟା କରିଛନ୍ତି।

ba1

ମୃତକଙ୍କ ବାପା କୃଷ୍ଣନନ୍ଦନଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ପୁଅ ଜଣେ ବାବାଙ୍କ ଆଶ୍ରମ ଯାଇଥିଲା। ସେଠାରେ ତା’ର ବ୍ରେନ୍‌ ଓ୍ଵାଶ୍‌ କରାଯାଇଥିଲା। ଏହାପରେ ସେ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାଁ ସ୍ୱପ୍ନିଲ ବୋଲି କୁହାଯାଉଛି। ସ୍ୱପ୍ନିଲ ନୋଏଡାର ଏକ କମ୍ପାନୀରେ ସଫ୍ଟୱେୟାର୍‌ ଇଞ୍ଜିନିୟର ଭାବେ କାମ କରୁଥିଲେ।

ଏହାସହ ପଢ଼ନ୍ତୁ: ମଦ ସହ ଚାଖଣା ନୁହେଁ, ବରଂ ବ୍ୟକ୍ତି ଜଣକ ଖାଉଥିଲେ ଏମିତି ଜିନିଷ, ଯାହାକୁ ଦେଖି ଉଡ଼ିଗଲା ଲୋକଙ୍କ ହୋସ୍‌

କୃଷ୍ଣନନ୍ଦନଙ୍କ କହିବା ଅନୁଯାୟୀ, ସ୍ୱପ୍ନିଲ ୟୁଟ୍ୟୁବ୍‌ରେ ଜଣେ ଗୁରୁଙ୍କ ପ୍ରବଚନ ଶୁଣୁଥିଲେ। ଏ ନେଇ ରାଜସ୍ଥାନର ଗୁରୁ ମନୋଜ କୁମାର ଶର୍ମାଙ୍କ ବିରୋଧରେ ବିଜୟନଗର ଥାନାରେ ଅଭିଯୋଗ ହୋଇଛି। ହଠାତ୍‌ ଦିନେ ତାଙ୍କ ପୁଅ ୟୁଟ୍ୟୁବ୍‌ରେ ଗୁରୁ ମନୋଜଙ୍କ ପ୍ରବଚନ ଶୁଣିବାକୁ ଲାଗିଲେ। ଗତ ମାର୍ଚ୍ଚରେ ସେ ଗୁରୁଙ୍କୁ ଭେଟିବା ପାଇଁ ହରିଦ୍ୱାର ଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କ ବ୍ରେନ୍‌ ଓ୍ଵାଶ୍‌ ହୋଇସାରିଥିଲା। ଏହାପରେ ସେ ‘ଗୁରୁଜୀ ମୁଁ ଆସୁଛି’ ବୋଲି କହି ବିଲ୍ଡିଂରୁ କୁଦିପଡ଼ିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.