ମାସ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ମାର୍ଗଶୀର, ଜାଣନ୍ତୁ କେଉଁ ସବୁ ଜିନିଷ ଉପରେ ଧ୍ୟାନ ଦେବା ଉଚିତ

କାର୍ତ୍ତିକ ପୂର୍ଣ୍ଣିମା ଠାରୁ ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ମାର୍ଗଶୀର ମାସ ଆରମ୍ଭ ହୋଇଥାଏ। ହିନ୍ଦୁ ଶାସ୍ତ୍ର ଅନୁଯାୟୀ ସବୁଠାରୁ ପବିତ୍ର ମାସ ମାର୍ଗଶୀର ମାସକୁ ହିଁ କୁହାଯାଇଥାଏ। ଏହି ମାସ ପବିତ୍ର ହୋଇଥିବାରୁ ଭଗବଦ୍‌ ଗୀତାରେ କୁହାଯାଇଛି, ମାସ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ମାର୍ଗଶୀର। ଏହି ମାସ ଠାରୁ ସତ୍ୟ ଯୁଗର ଆରମ୍ଭ ହୋଇଥିଲା। କଶ୍ୟପ ଋଷି ଏହି ମାସରେ କଶ୍ମୀରର ରଚନା କରିଥିଲେ। ଏହି ମାସ ଜପ, ତପ ଏବଂ ଧ୍ୟାନ କରିବା ପାଇଁ ସର୍ବୋତମ ବୋଲି ମଧ୍ୟ କୁହାଯାଇଥାଏ। ଏହା ବ୍ୟତୀତ ମାର୍ଗଶୀର ମାସରେ ପବିତ୍ର ନଦୀରେ ସ୍ନାନ କରିଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ।

lord krishnaଜାଣନ୍ତୁ ମାର୍ଗଶୀର ମାସରେ କେଉଁ କେଉଁ ପ୍ରକାର ଲାଭ ମିଳିଥାଏ:

-ଏହି ମାସରେ ମଙ୍ଗଳକାର୍ଯ୍ୟ ବିଶେଷ ଫଳଦାୟୀ ହୋଇଥାଏ।

-ଏହି ମାସରେ ଭଗବାନ ଶ୍ରୀକୃଷ୍ଣଙ୍କ ଉପାସନା ଏବଂ ପବିତ୍ର ନଦୀରେ ସ୍ନାନ କରିବା ଶୁଭ ହୋଇଥାଏ।

-ଏଥିସହ ମାର୍ଗଶୀର ମାସରେ ସନ୍ତାନ ପାଇଁ ମଧ୍ୟ ଭଲ ବର ମିଳିବା ସହ ଚନ୍ଦ୍ରମାଙ୍କ ଠାରୁ ଅମୃତ ତତ୍ତ୍ୱ ପ୍ରାପ୍ତି ହୋଇଥାଏ।

-ଏହି ମାସରେ କୀର୍ତ୍ତନ କରିବା ଦ୍ୱାରା ଅମୋଘ ଫଳ ପ୍ରାପ୍ତି ହୋଇଥାଏ।

lord laxmi-ଜାଣନ୍ତୁ ମାର୍ଗଶୀର ମାସରେ କେଉଁ ଜିନିଷ ଉପରେ ଧ୍ୟାନ ରଖିବା ଉଚିତ:

-ଏହି ମାସରେ ତେଲ ମାଲିସ୍‌ ଉତ୍ତମ ହୋଇଥାଏ।

-ଏହି ମାସରେ ଜୀରା ସେବନ କରିବା ଅନୁଚିତ।

-ଏଥିସହ ଏହି ମାସରେ ମୋଟା ବସ୍ତ୍ର ପରିଧାନ କରିବା ମଧ୍ୟ ଆରମ୍ଭ କରିବା ଉଚିତ।

-ମାର୍ଗଶୀର ମାସରେ ସଂନ୍ଧ୍ୟା ସମୟରେ ନିଶ୍ଚିନ୍ତ ଉପାସନା କରନ୍ତୁ।

ଏହାସହ ପଢନ୍ତୁ: ଜାଣନ୍ତୁ କାହିଁକି ପାଳନ କରାଯାଏ ଦେବ ଦୀପାବଳି ପର୍ବ

ଏହା ବ୍ୟତୀତ ମାର୍ଗଶୀର ମାସରେ ନିତ୍ୟ ଗୀତା ପାଠ କରିବା ସହ ଭଗବାନ କୃଷ୍ଣଙ୍କ ଉପାସନା କରନ୍ତୁ। ତୁଳସୀ ପତ୍ର ଭୋଗ ଲଗାଇବା ସହ ପ୍ରସାଦ ରୂପେ ଗ୍ରହଣ କରନ୍ତୁ। ଏହି ମାସରେ ‘ଓଁ ନମୋ ଭଗବତେ ବାସୁଦେବାୟ’ ମନ୍ତ୍ର ଜପ କରନ୍ତୁ। ଏହିସବୁ କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ଦେଖାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.