Below header

ସାବଧାନ ! ଫେସବୁକ ଗୁପ୍ତଭାବେ କରୁଛି ଆପଣଙ୍କ ଫୋନ କ୍ୟାମେରାର ବ୍ୟବହାର, ଦେଖନ୍ତୁ ଭିଡିଓ

ଦୁନିଆର ସବୁଠାରୁ ବଡ଼ ସୋସିଆଲ ମିଡ଼ିଆ ସାଇଟ ପୁଣିଥରେ ବିବାଦରେ । ପ୍ରତିଥର ଭଳି ଏଥର ମଧ୍ୟ ଫେସବୁକର ପ୍ରାଇଭେସିକୁ ନେଇ ପ୍ରଶ୍ନ ଉଠିଛି । ତେବେ ଏଥର ଫେସବୁକର ନଜର ଆଇଫୋନ ୟୁଜର ମାନଙ୍କ ଉପରେ ରହିଛି । ଯଦି ଆପଣ ମଧ୍ୟ ଆଇଫୋନରେ ଫେସବୁକର ବ୍ୟବହାର କରୁଛନ୍ତି ତାହେଲେ ଆପଣଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି କାରଣ ଆପଣ ତ ଟାଇମଲାଇନ ସ୍କ୍ରଲ କରୁଛନ୍ତି କିନ୍ତୁ ସେପଟେ ଫେସବୁକ ବ୍ୟାକଗ୍ରାଉଣ୍ଡରେ ଆପଣଙ୍କ ଫୋନର କ୍ୟାମେରା ଅନ କରି ବସିଛି ।

Joshua Maddux ନାମକ ଜଣେ ୟୁଜର ଫେସବୁକର ଏହି କାର୍ଯ୍ୟକଳାପର ଭିଡିଓ ଟ୍ୱିଟରରେ ସେୟାର କରିଛନ୍ତି । ଭିଡିଓରେ ସଫା ଦେଖାଯାଉଛି ଯେ Joshua Maddux ଫେସବୁକର ନ୍ୟୁଜଫିଡ଼ ସ୍କ୍ରଲ କରୁଛନ୍ତି ଯେତେବେଳେକି ତାଙ୍କ ଫୋନର କ୍ୟାମେରା ବ୍ୟାକଗ୍ରାଉଣ୍ଡରେ ଅନ ରହିଛି ଏବଂ ଭିଡିଓରେ କାର୍ପେଟ ମଧ୍ୟ ଦେଖାଯାଉଛି । Madduxଙ୍କ କହିବା ଅନୁଯାୟୀ ଏହା Bug 5 ଆଇଫୋନ ଡିଭାଇସର ଅଟେ ଯାହାକି iOS 13.2.2ରେ କାମ କରୁଛି । ଯଦିଓ iOS 12 ଆଇଫୋନରେ ଏହି ସମସ୍ୟା ଦେଖାଯାଉନାହିଁ ।

ଏହାସହ ପଢନ୍ତୁ ହ୍ଵାଟ୍ସଆପର ନୂଆ ଭର୍ସନ ବ୍ୟାଟେରୀ ଉପରେ ପକାଉଛି ଖରାପ ପ୍ରଭାବ

କଣ କହୁଛି ଫେସବୁକ

ଏହି ମାମଲା ନଜରକୁ ଆସିବା ପରେ ଫେସବୁକର ଭାଇସ ପ୍ରେସିଡେଣ୍ଟ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଏହା କୌଣସି ବଗ କାରଣରୁ ହେଉଛି । କମ୍ପାନୀ ବର୍ତ୍ତମାନ ଏହାର ଯାଞ୍ଚ କରୁଛି ଏବଂ ଅତିଶୀଘ୍ର ଏହି ବଗକୁ ଦୂର କରାଯିବ । ଯଦିଓ ଏହି ସମସ୍ୟା କେବଳ ଆଇଫୋନରେ ହିଁ ଦେଖିବାକୁ ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.