ଏହି ପ୍ଲାନ୍‌ରେ ପ୍ରତିଦିନ ୨ ଜିବି ଡାଟା ସହ ମାଗଣା କଲିଂର ସୁବିଧା ଯୋଗାଉଛି BSNL

ସରକାରୀ ଟେଲିକମ୍‌ କମ୍ପାନୀ BSNL ଅଧିକରୁ ଅଧିକ ଉପଭୋକ୍ତାକୁ ନିଜ ସହ ଯୋଡ଼ିବାକୁ ନୂଆ ନୂଆ ପ୍ଲାନ୍‌ ଆଣୁଛି। ଖାସ୍‌ କରି ଜିଓ ଓ ଏୟାରଟେଲ୍‌କୁ କଡ଼ା ପ୍ରତିଦ୍ୱନ୍ଦ୍ୱିତା କରିବାକୁ BSNL ଏବେ ପ୍ରତି ସପ୍ତାହରେ ନୂଆ ପ୍ଲାନ୍‌ ଲଞ୍ଚ୍‌ କରୁଛି। ଏବେ ଗ୍ରାହକଙ୍କୁ କମ୍‌ ଖର୍ଚ୍ଚରେ ଅଧିକ ଲାଭ ଯୋଗାଇବାକୁ BSNL ପ୍ରତିଦିନ ୨ ଜିବି ଡାଟା ଦେବାକୁ ପ୍ଲାନ୍‌ ଆଣିଛି। ଏହି ପ୍ଲାନ୍‌ରେ ଗ୍ରାହକ ମାଗଣା କଲିଂର ମଧ୍ୟ ଫାଇଦା ଉଠାଇପାରିବେ।

ଏହାସହ ପଢ଼ନ୍ତୁ: ସରକାରୀ ଚାକିରି ପାଇଁ ଇଚ୍ଛୁକ ଅଛନ୍ତି କି, ୧୫୧ଟି ପଦ ପାଇଁ ଆବେଦନ ଚାହୁଁଛି UPSC

ଏହି ପ୍ଲାନ୍‌ର ଦାମ୍‌ ୯୭ ଓ ୩୬୫ ଟଙ୍କା ରହିଛି। ଉଭୟ ପ୍ଲାନ୍‌କୁ କମ୍ପାନୀ ଏସ୍‌ଟିଭି ପ୍ଲାନ୍‌ ଭାବେ ଲଞ୍ଚ୍‌ କରିଛି। ଗ୍ରାହକ ଏହି ରିଚାର୍ଜ ପ୍ୟାକ୍‌ରେ ପ୍ରତିଦିନ ୨ ଜିବି ଡାଟା ପାଇପାରିବେ। ଏଥିସହ ପ୍ରତିଦିନ ୨୫୦ ମିନିଟ୍‌ର କଲିଂ ସୁବିଧା ପାଇବେ। ଏହି ପ୍ଲାନ୍‌ର ବୈଧତା ୧୮ ଦିନ ରହିଥିବା ଜଣାଯାଇଛି।

ସେହିପରି ୩୬୫ ଟଙ୍କିଆ ପ୍ଲାନ୍‌ରେ ପ୍ରଥମ ୬୦ ଦିନ ପର୍ଯ୍ୟନ୍ତ ଦିନକୁ ୨ ଜିବି ଡାଟା ମିଳିବ। ଏଥିସହ ୨୫୦ ମିନିଟ୍‌ ମାଗଣା କଲିଂର ସୁବିଧା ପାଇପାରିବେ। ବର୍ତ୍ତମାନ ତାମିଲନାଡ଼ୁ, କେରଳ ଏବଂ ଚେନ୍ନାଇର ଉପଭୋକ୍ତା ଏହି ପ୍ଲାନ୍‌ର ଫାଇଦା ଉଠାଇପାରିବେ। ଏହି ପ୍ଲାନ୍‌ର ବୈଧତା ୩୬୫ ଦିନ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.