ଏହି ପ୍ଲାନ୍‌ରେ ପ୍ରତିଦିନ ୨ ଜିବି ଡାଟା ସହ ମାଗଣା କଲିଂର ସୁବିଧା ଯୋଗାଉଛି BSNL

ସରକାରୀ ଟେଲିକମ୍‌ କମ୍ପାନୀ BSNL ଅଧିକରୁ ଅଧିକ ଉପଭୋକ୍ତାକୁ ନିଜ ସହ ଯୋଡ଼ିବାକୁ ନୂଆ ନୂଆ ପ୍ଲାନ୍‌ ଆଣୁଛି। ଖାସ୍‌ କରି ଜିଓ ଓ ଏୟାରଟେଲ୍‌କୁ କଡ଼ା ପ୍ରତିଦ୍ୱନ୍ଦ୍ୱିତା କରିବାକୁ BSNL ଏବେ ପ୍ରତି ସପ୍ତାହରେ ନୂଆ ପ୍ଲାନ୍‌ ଲଞ୍ଚ୍‌ କରୁଛି। ଏବେ ଗ୍ରାହକଙ୍କୁ କମ୍‌ ଖର୍ଚ୍ଚରେ ଅଧିକ ଲାଭ ଯୋଗାଇବାକୁ BSNL ପ୍ରତିଦିନ ୨ ଜିବି ଡାଟା ଦେବାକୁ ପ୍ଲାନ୍‌ ଆଣିଛି। ଏହି ପ୍ଲାନ୍‌ରେ ଗ୍ରାହକ ମାଗଣା କଲିଂର ମଧ୍ୟ ଫାଇଦା ଉଠାଇପାରିବେ।

ଏହାସହ ପଢ଼ନ୍ତୁ: ସରକାରୀ ଚାକିରି ପାଇଁ ଇଚ୍ଛୁକ ଅଛନ୍ତି କି, ୧୫୧ଟି ପଦ ପାଇଁ ଆବେଦନ ଚାହୁଁଛି UPSC

ଏହି ପ୍ଲାନ୍‌ର ଦାମ୍‌ ୯୭ ଓ ୩୬୫ ଟଙ୍କା ରହିଛି। ଉଭୟ ପ୍ଲାନ୍‌କୁ କମ୍ପାନୀ ଏସ୍‌ଟିଭି ପ୍ଲାନ୍‌ ଭାବେ ଲଞ୍ଚ୍‌ କରିଛି। ଗ୍ରାହକ ଏହି ରିଚାର୍ଜ ପ୍ୟାକ୍‌ରେ ପ୍ରତିଦିନ ୨ ଜିବି ଡାଟା ପାଇପାରିବେ। ଏଥିସହ ପ୍ରତିଦିନ ୨୫୦ ମିନିଟ୍‌ର କଲିଂ ସୁବିଧା ପାଇବେ। ଏହି ପ୍ଲାନ୍‌ର ବୈଧତା ୧୮ ଦିନ ରହିଥିବା ଜଣାଯାଇଛି।

ସେହିପରି ୩୬୫ ଟଙ୍କିଆ ପ୍ଲାନ୍‌ରେ ପ୍ରଥମ ୬୦ ଦିନ ପର୍ଯ୍ୟନ୍ତ ଦିନକୁ ୨ ଜିବି ଡାଟା ମିଳିବ। ଏଥିସହ ୨୫୦ ମିନିଟ୍‌ ମାଗଣା କଲିଂର ସୁବିଧା ପାଇପାରିବେ। ବର୍ତ୍ତମାନ ତାମିଲନାଡ଼ୁ, କେରଳ ଏବଂ ଚେନ୍ନାଇର ଉପଭୋକ୍ତା ଏହି ପ୍ଲାନ୍‌ର ଫାଇଦା ଉଠାଇପାରିବେ। ଏହି ପ୍ଲାନ୍‌ର ବୈଧତା ୩୬୫ ଦିନ ରହିବ।