ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ଟ୍ୟାକ୍ସି ଏଣ୍ଡ ମିନିବସ ଆସୋସିଏସନର ସାଧାରଣ ସଂପାଦକ ଭାବେ କର୍ଣ୍ଣାଟକେଶରୀ ଦାସ ମନୋନୀତ ହୋଇଛନ୍ତି । ପୂର୍ବରୁ ଏହି ପଦବୀରେ ବିଜୟ ମହାନ୍ତି ଥିଲେ । କିନ୍ତୁ ଗତ କିଛି ଦିନ ତଳେ ତାଙ୍କର ହଠାତ୍ ବିୟୋଗ ଘଟିଥିଲା । ଆଜି ଆସୋସିଏସନ ପରିସରରେ ଅନୁଷ୍ଠିତ ଏକ ବୈଠକରେ ଶ୍ରୀଯୁକ୍ତ ଦାସଙ୍କୁ ସର୍ବସମ୍ମତି କ୍ରମେ ସଂପାଦକ ଭାବେ ମନୋନିତ କରାଯାଇଥିଲା ଶ୍ରୀ ଦାସ ନୂତନ ଭାବେ ଦାୟିତ୍ୱ ନେବା ପରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ଆଗାମୀ ଦିନରେ ମିନି ବସ ଏବଂ ଟ୍ୟାକ୍ସି ଆସୋସିଏସନର ସର୍ବାଙ୍ଗିନ ଉନ୍ନତି ପାଇଁ ସେ କାର୍ଯ୍ୟ କରିବେ ବୋଲି ଶ୍ରୀ ଦାସ ସୂଚନା ଦେଇଥିଲେ ।
Next Post