ଯାଜପୁର(କେନ୍ୟୁଜ୍): ୧୬ନଂ ଜାତୀୟ ରାଜପଥ ବାରବାଟୀର ଦୁର୍ଗାପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ଅଜଣା ଗାଡି ଧକ୍କାରେ ୨ଜଣଙ୍କର ମୃତ୍ୟୁ। ଆଜି ସନ୍ଧ୍ୟାରେ ଘଟିଛି ଏହି ଅଘଟଣ। ମୃତକ ଦ୍ୱୟ ହେଲେ କୁଆଖିଆ ଥାନା ମସୁରପୁର ଗ୍ରାମର ଆଦିତ୍ୟ ମହାନ୍ତି ଓ ସସ୍ମିତା ମହାନ୍ତି। ଉଭୟ ସମ୍ପର୍କରେ ଭାଇଭଉଣୀ। ଆଜି ଦୁହେଁ ଧର୍ମଶାଳା ସବରେଜିଷ୍ଟ୍ରାର କାର୍ଯ୍ୟାଳୟକୁ ଆସି ଜମିଜମା ସଂକ୍ରାନ୍ତୀୟ କାମ ସାରି ବାଇକ ଯୋଗେ ଘରକୁ ଫେରିଥିଲେ। କିନ୍ତୁ ଫେରିବା ସମୟରେ ଏକ ଅଜଣା ଗାଡି ଦୁର୍ଗାପୁର ଛକ ନିକଟରେ ତାଙ୍କୁ ଧକା ଦେଇ ଚାଲିଯାଇଥିଲା। ଉଭୟଙ୍କର ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ଘଟଣାସ୍ଥଳରେ ହିଁ ଦୁହିଁଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଧର୍ମଶାଳା ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।