Below header

ରିୟଲିଟୀ ଶୋ ‘bigg boss’ରେ ଗୋପି ବୋହୂଙ୍କୁ ହେଲା ପ୍ରେମ, ଜାଣନ୍ତୁ କିଏ ଦେବୋଙ୍କ ଡ୍ରିମ ହିରୋ ?

‘ବିଗବସ୍‌ ୧୩ ’ରେ ଦେବୋଲିନା ଭଟ୍ଟାଚାର୍ଯ୍ୟ ଏବଂ ସିଦ୍ଧାର୍ଥ ଶୁକ୍ଳାଙ୍କ ଭିତରେ ଚାଲିଛି ଇଲୁ ଇଲୁ। ଏମିତି ଆମେ କହୁନାହିୁଁ ବରଂ ଶୋରେ ଦୁହିଁଙ୍କ ମଧ୍ୟରେ ହେଉଥିବା କଥାବାର୍ତ୍ତାରୁ ଏମିତି ଜଣାପଡୁଛି। ଏମାନଙ୍କର ଏହି କଥାବାର୍ତ୍ତାରୁ ନା କେବଳ ଦର୍ଶକ ଆଶ୍ଚର୍ଯ୍ୟ ହେଉଛନ୍ତି ବରଂ ବିବି ହାଉସରେ ଥିବା ସଦସ୍ୟ ମଧ୍ୟ ଆଶ୍ଚର୍ଯ୍ୟ ହେଉଛନ୍ତି। ନିକଟରେ ବିଗବସର ଏକ ନୂଆ ପ୍ରମୋ ଭିିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଏହା ପ୍ରମାଣିତ ହୋଇଛି।

devoଭିଡିଓରେ ଦେଖିବାକୁ ମିଳୁଛି ଯେ ସିଦ୍ଧାର୍ଥ ଏବଂ ଦେବୋଲିନା ଆଖିରେ ଆଖି ମିଶାଉଛନ୍ତି। ଏହାପରେ ଦୁହେଁ ବହୁତ ନିକଟତର ହୋଇଯାଉଛନ୍ତି। ଟାସ୍କ ସମୟରେ ସିଦ୍ଧାର୍ଥ ଶୁକ୍ଳାଙ୍କ ହାତରେ ରଙ୍ଗ ଲାଗି ଯାଇଥିଲା ଭିଡିଓରେ ଦେବୋଲିନା କହୁଛନ୍ତି ସିଦ୍ଧାର୍ଥ ତୁମ ହାତରେ ରଙ୍ଗ ଲାଗୁଛି। ’ ଏଥିରେ ସିଦ୍ଧାର୍ଥ କହୁଛନ୍ତି ‘ମୋ ରଙ୍ଗରେ ତୁମେ ରଙ୍ଗେଇ ଯାଅ’। ଏହାପରେ ନିଜେ ଦେବୋଲିନା ସିଦ୍ଧାର୍ଥଙ୍କ ହାତକୁ ଧୋଇଦେଉଛନ୍ତି।

sidarthଏହାପରେ ଘରବାଲା କହୁଛନ୍ତି ଦୁହିଁଙ୍କ ଭିତରେ ଲଭଷ୍ଟୋରୀ ଷ୍ଟାର୍ଟ ହୋଇଗଲାଣି। ସିଦ୍ଧାର୍ଥ ଦେବୋଲିନାଙ୍କୁ କହୁଛନ୍ତି ‘ଦେବୋ ଯେତେବେଳେ ଘରେ ନିଥିଲେ ସେତେବେଳେ ତାଙ୍କ ଅନୁପସ୍ଥିତିକୁ ମୁଁ ଅନୁଭବ କରୁପାରୁଥିଲି। ଏଥିରେ ଦେବୋଲିନା କହୁଛନ୍ତି ‘ତୁମ ପାଇଁ ମୁଁ ପୁଣି ବିବି ହାଉସ ଆସିଲି, ଏଥିପାଇଁ ମୁଁ ବିଗବସର ପାଦ ମଧ୍ୟ ଧରିଲି।

sidଏହାପରେ ସେହନାଜ ଦେବୋଙ୍କୁ ପଚାରୁଛନ୍ତି ତୁମକୁ ସିଦ୍ଧାର୍ଥ ଆଉ ବିଶାଲଙ୍କମଧ୍ୟରେ କିଏ ଭଲ ଲାଗନ୍ତି। ଏଥିରେ ଦେବୋଲେିନା କହୁଛନ୍ତି ‘ସିଦ୍ଧାର୍ଥ ଶୁକ୍ଳା’। ତାଙ୍କ ବ୍ୟବହାର ମୋତେ ବହୁତ ପସନ୍ଦ। ତେବେ ଟିଭି ଧାରାବାହିକର ଗୋପି ବୋହୂ ଲଭ ଗାଡିରେ କେତେ ବାଟ ଯାଉଛନ୍ତି ତାହା ଦେଖିବାକୁ ବାକି ରହିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.