ପୂର୍ବରୁ କୌଣସି ଲକ୍ଷଣ ନ ଥାଇ ସନ୍ତାନ ପ୍ରସବ କଲେ ଅଷ୍ଟ୍ରେଲିଆର ଏହି ମଡେଲ, ଜାଣନ୍ତୁ ପୁରା କାହାଣୀ

ପୂର୍ବରୁ କୌଣସି ଲକ୍ଷଣ ନଥାଇ ହଟାତ ଏକ ଶିଶୁ ଜନ୍ମ ହେବା ନିହାତି ଭାବେ ଏକ ଅସାଧାରଣ ଘଟଣା । ଏମିତି ଘଟଣା ହୁଏତ କେବେ ଘଟିନଥିବ ବା ଯଦିବା ଘଟିଥିବ କେବେ ବି ସାମ୍ନାକୁ ଆସିନଥିବ । ଏମିତି ହିଁ ଏକ ଅସାଧରଣ ଘଟଣା ଘଟିଛି ଅଷ୍ଟ୍ରେଲିଆର ଏକ ମହିଳାଙ୍କ ସହ । ଅଷ୍ଟ୍ରେଲିଆର ୨୩ ବର୍ଷୀୟା ମଡେଲ ଏରିନ ଲେଗମେଣ୍ଡଙ୍କ ସହ ଏହି ପରି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଘଟିଛି । ନିଜେ ଛୁଆଟିକୁ ଜନ୍ମ ଦେବା ପରେ ହିଁ ଏରିନ ଜାଣି ପାରିଥିଲେ କି ସେ ଗର୍ଭବତୀ ଥିଲେ ବୋଲି । ଏମିତିକି ଏହି ମଡେଲ ଜଣକ ନିଜ ବାଥରୁମରେ ହିଁ ଏହି ଛୁଆ ଟିକୁ ଜନ୍ମ ଦେଇଥିଲେ । ପ୍ରସବ ପରେ ନିଜ ସୋସିଆଲ ଆକାଉଣ୍ଟରେ ନିଜ ଫୋଟୋ ଗୁଡିକୁ ସେୟାର କରିଛନ୍ତି ।

erin

ଏରିନଙ୍କ ଅନୁଯାୟୀ ଗର୍ଭାବସ୍ଥାର ୩୭ ତମ ସପ୍ତାହରେ ବି ଏରିନ ନିଜ ଶରୀରରେ ସେମିତି କିଛି ବିଶେଷ ପରିବର୍ତ୍ତନ ଲକ୍ଷ କରିନ ଥିଲେ । କିନ୍ତୁ ଏପରି ଏକ ଘଟଣା ଘଟିବା ପରେ ସେ ନିଜେ ବି ଆଶ୍ଚଯ୍ୟ ହୋଇଯାଇଥିଲେ । ଗର୍ଭ ନିରୋଧକର ମେଡ଼ିସିନ ସେବନ କରୁଥିଲେ ମଧ୍ୟ ଏପରି କେମିତି ଘଟିଲା ସେ ନିଜେ ବି ଜାଣି ପାରୁନାହାନ୍ତି ବୋଲି କହିଛନ୍ତି । ଏକ ସମାଚାର ଏଜେନ୍ସି ଅନୁଯାୟୀ ଏରିନ ୮ ପାଉଣ୍ଡର ଏକ ସୁସ୍ଥ ସବଳ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । କିନ୍ତୁ ଜନ୍ମ ହେଉ ହେଉ ଶିଶୁ ଟିର ରଙ୍ଗ ନୀଳ ପଡିବା ଆରମ୍ଭ ହୋଇଥିଲା । ଯାହାକୁ ଦେଖି ଏରିନ ଓ ତାଙ୍କ ପୁରୁଷ ବନ୍ଧୁ ଭୟବିତ ହୋଇଯାଇଥିଲେ ।

ଏହା ସହ ପଢନ୍ତୁ: ଆମ୍ବୁଲାନ୍ସ ଭିତରେ ଚିକିତ୍ସା କରୁଥିଲେ ନର୍ସ, ରୋଗୀ କଲେ ଯୌନ ଶୋଷଣ!

ଏନେଇ ବିଶେଷଜ୍ଞ ମାନଙ୍କୁ ପଚରା ଯିବାରୁ ସେମାନେ ମଧ୍ୟ ଏକ ରୋଚକ ତଥ୍ୟ ସାମ୍ନାକୁ ଆଣିଛନ୍ତି । ସେମାନଙ୍କ ଅନୁଯାୟୀ ଏମିତି ଘଟଣା ଖୁବ କମ ଘଟେ । ପ୍ରାୟ ୨୫୦୦ ମହିଳା ମାନଙ୍କ ମଧ୍ୟରୁ ଜଣଙ୍କ ଠାରେ ଏପରି ଦେଖାଦେଇଥାଏ । ଏମିତିକି ୪୭୫ ରେ ଜଣେ ମହିଳା ନିଜ ଗର୍ଭ ଧାରଣର ୮ ସପ୍ତାହ ପର୍ଯ୍ୟନ୍ତ ବି ଜାଣି ପାରନ୍ତି ନାହିଁ ଯେ ସେମାନେ ଗର୍ଭବତୀ ଅଛନ୍ତି ବୋଲି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.