Below header

ସୁନ୍ଦରଗଡ: ଛାତ ଉପରୁ ଡେଇଁ ଜୀବନ ହାରିଲେ ଯୁବକ, ଦେଖଣାହାରି ସାଜି ଲାଇଭ ଭିଡିଓ କଲେ ଲୋକେ

ସୁନ୍ଦରଗଡ(କେନ୍ୟୁଜ୍): ସୁଇସାଇଡ୍‌ ଲାଇଭ। ଛାତ ଉପରୁ ଡେଇଁ ଜୀବନ ହାରିଲେ ଯୁବକ। ସମସ୍ତ ଆଗରେ ନିମିଷକ ମଧ୍ୟରେ ଚାଲିଗଲା ଜୀବନ। ଏହି ଦୃଶ୍ୟ ଦେଖିଲେ ଛାତି ଥରିଉଠିବ । ଏଭଳି ଲୋମ ଟାଙ୍କୁରା ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ହେମଗିର ଥାନା ଡୁଡୁକା ଗାଁରେ । ପୋଲିସ ଓ ସ୍ଥାନୀୟ ଲୋକଙ୍କ ଆଗରେ କୋଠା ଉପରୁ ଡେଇଁଲେ ଯୁବକ । ମୃତକଙ୍କ ନାଁ ଶିବ ମୁଣ୍ଡା। ଗତ କିଛି ଦିନ ହେବ ସେ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ଆଜି ଅପରାହ୍ନରେ ଏକ ବ୍ୟାଙ୍କର ଛାତ ଉପରକୁ ଚଢ଼ିଥିଲେ ଶିବ। ସେଠାରୁ ଡେଇଁ ଆତ୍ମହତ୍ୟା କରିବି ବୋଲି କହିଥିଲେ। ଏନେଇ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ପୋଲିସ ତାଙ୍କୁ ତଳକୁ ଓହ୍ଲାଇ ଆସିବାକୁ କହିଥିଲେ। କିନ୍ତୁ କାହା କଥା ନଶୁଣି ଛାତ ଉପରୁ ଡେଇଁ ପଡ଼ିଥିଲେ ଶିବ। ତାଙ୍କୁ ଧରିବା ପାଇଁ ବହୁ ଉଦ୍ୟମ କରାଯାଇଥିଲେ ବି ସଫଳ ହୋଇ ନଥିଲେ। ସୁଇସାଇଡର ଲାଇଭ ଭିଜୁଆଲ୍‌ ଭାଇରାଲ୍‌ ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.