ଇ-ଚାଲାଣ କଟାଯିବାରୁ ମଝି ରାସ୍ତାରେ ବାଇକ୍‌ ଭଙ୍ଗାରୁଜା କଲେ ଯୁବକ, ଟ୍ରାଫିକ୍‌ ନିୟମ ବୁଝାଇ ଘରକୁ ପଠାଇଦେଲା ପୋଲିସ, ଦେଖନ୍ତୁ ଭିଡିଓ

ମେରଠରେ ଟ୍ରାଫିକ୍‌ ସମସ୍ୟା ଦିନକୁ ଦିନ ଜଟିଳ ହୋଇପଡ଼ୁଛି। କେହି ଟ୍ରାଫିକ ନିୟମ ପାଳନ କରୁ ନ ଥିବା ଦେଖିବାକୁ ମିଳୁଛି। ଅନେକ ସ୍ଥାନରେ ଲୋକେ ବନା ହେଲ୍‌ମେଟରେ ଯାତ୍ରା କରୁଛନ୍ତି। ଏ ନେଇ ସେମାନେ ସଚେତନ ହେଉନାହାନ୍ତି। ଏପରି କି, ଟ୍ରାଫିକ୍‌ ନିୟମ ନେଇ ପୋଲିସ ମଧ୍ୟ ସଜାଗ ରହୁନାହାନ୍ତି। ରବିବାର ଘଟିଥିବା ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି।

bike3

ଏଠାରେ ମେରଠର ବେଗମ୍‌ପୁଲ ଛକରେ ପୋଲିସ ଏକ ବାଇକ୍‌କୁ କାବୁ କରି ଇ-ଚାଲାଣ କାଟିଥିଲା। ଫଳରେ ବାଇକ୍‌ ଚାଳକ ଜଣକ ମଝି ରାସ୍ତାରେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ। ଏହାପରେ ସେ ଘଟଣାସ୍ଥଳରେ ଖୁବ୍‌ ହଙ୍ଗାମା କରିଥିଲେ। ବାଇକ୍‌କୁ ତଳେ ପକାଇ ଭଙ୍ଗାରୁଜା କରିଥିଲେ। ଏହାପରେ ମଥା ଧରି ମଝି ରାସ୍ତାରେ ବସିପଡ଼ିଥିଲେ।

bike2

ଏହାସହ ପଢ଼ନ୍ତୁ: ଦୃଦୟ ଭାଙ୍ଗିଥିବା ପ୍ରେମିକ ଭଳି ଦେଖାଯାଉଛି ଏହି ମାଙ୍କଡ଼, ଖୁବ୍‌ ଭାଇରାଲ ହେଉଛି ଫଟୋ ଆଉ ଭିଡିଓ

ପରେ ଟିଆଇ ସୁନିଲ୍‌ ସିଂ ଯୁବକଙ୍କ ପାଖକୁ ଯାଇ ତାଙ୍କୁ ଶାନ୍ତ କରିଥିଲେ ଏବଂ ତାଙ୍କ ଭୁଲ୍‌ ଦର୍ଶାଇ ଘରକୁ ପଠାଇ ଦେଇଥିଲେ। ଯୁବକ ଜଣକ ଖରଖୋଦା ଅଞ୍ଚଳର ବୋଲି ଜଣାପଡ଼ିଛି। ଟ୍ରାଫିକ୍‌ ଏସ୍‌ପି ସଞ୍ଜୀବ ବାଜପେୟୀ କହିଥିଲେ, ଯୁବକ ଜଣକ ଭୁଲ୍‌ ଦିଗରେ ଆସୁଥିଲେ। ଏଥିପାଇଁ ତାଙ୍କ ଚାଲାଣ କଟାଯାଇଥିଲା। ଏଥିସହ ତାଙ୍କ ନମ୍ବର ପ୍ଲେଟ୍‌ ମଧ୍ୟ ଅଧା ଥିଲା।

Leave A Reply

Your email address will not be published.