କଳ୍ପତରୁ ଦାସ ନେସନାଲ ଫାଉଣ୍ଡେସନର ଅଭିନବ ପ୍ରୟାସ, ବିଧାୟକଙ୍କ ସହ ଶ୍ରୀକ୍ଷେତ୍ର ଯାତ୍ରା କଲେ ୪୨ଜଣ ବରିଷ୍ଠ ନାଗରିକ

ଯାଜପୁର (କେନ୍ୟୁଜ) : କଳ୍ପତରୁ ଦାସ ନେସନାଲ ଫାଉଣ୍ଡେସନର ଅଭିନବ ପ୍ରୟାସ। ବରିଷ୍ଠ ନାଗରିକମାନଙ୍କୁ ଶ୍ରୀକ୍ଷେତ୍ର ଭ୍ରମଣ କରାଇବାର ସଂକଳ୍ପ। ଆଜି ପ୍ରଥମ ପର୍ଯ୍ୟାୟରେ ୪୨ଜଣ ବୃଦ୍ଧ ତଥା ବରିଷ୍ଠ ନାଗରିକଙ୍କୁ ଏକାଠି କରି ଏକ ସ୍ୱତନ୍ତ୍ର ବସ ଯୋଗେ ପୁରୀ ପଠାଇବାର ବନ୍ଦୋବସ୍ତ କରିଛି ଏହି ଫାଉଣ୍ଡେସନ। ତୀର୍ଥଯାତ୍ରା ଅଭିମୁଖେ ବାହାରିଥିବା ଏହି ବସକୁ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ। ଏଥିସହ ବସରେ ନିଜେ ଯାତ୍ର କରିଥିଲେ।

kapataruବରିଷ୍ଠ ନାଗରିକମାନେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ସେଠାରେ ମହାପ୍ରସାଦ ସେବନ କରିବାର ବ୍ୟବସ୍ଥା କରାଯାଇଛି। ନିର୍ବାଚନମଣ୍ଡଳୀର ବଡ଼କାଏମା, ଅଭୟପୁର ଓ ଭାବନୀପୁର ପଞ୍ଚାୟତର ୬୦ବର୍ଷରୁ ଉର୍ଦ୍ଧ୍ବ ୪୨ଜଣ ବରିଷ୍ଠ ନାଗରିକ ଏହି ତୀର୍ଥ ଯାତ୍ରରେ ଯାଇଛନ୍ତି। ପର୍ଯ୍ୟାୟକ୍ରମେ ନିର୍ବାଚନମଣ୍ଡଳୀର ଅନ୍ୟ ପଞ୍ଚାୟତର ବରିଷ୍ଠ ନାଗରିକମାନଙ୍କୁ ଏହି ଯାତ୍ରରେ ସାମିଲ କରାଯିବ ବୋଲି ବିଧାୟକ ଏହି ଅବସରରେ ସୂଚନା ଦେଇଛନ୍ତି।  ପୁରୀ ଅଭିମୁଖେ ବାହାରିଥିବା ଯାତ୍ରୀମାନେ ଖୁସି ପ୍ରକଟ କରିବା ସହ ଫାଉଣ୍ଡେସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ ଯୋଗଦେଇ ତୀର୍ଥଯାତ୍ରୀଙ୍କୁ ସ୍ୱାଗତ କରିଥିଲେ।

Leave A Reply

Your email address will not be published.