ପ୍ରଥମେ ନାଁ ପରେ ହଁ, ପୁଣି ଅଯୋଗ୍ୟ ହିତାଧୀକାରୀ ହେଲେ ଯୋଗ୍ୟ ହିତାଧୀକାରୀ

ଯାଜପୁର ଟାଉନ (କେନ୍ୟୁଜ୍) : ପ୍ରଥମେ ନାଁ ପରେ ହଁ । ପ୍ରଥମେ ସରକାରୀ ନିୟମ ଅନୁଯାୟୀ ଅଯୋଗ୍ୟ ହିତାଧିକାରୀ ହିଁ କାଟିଲେ ସରକାରୀ କର୍ମଚାରୀ । ପୁଣି ସେହି ଅଯୋଗ୍ୟ ହିତାଧୀକାରୀ ହେଲେ ଯୋଗ୍ୟ ହିତାଧୀକାରୀ । ଯାଜପୁର ବ୍ଲକ ଭୁଇଁପୁର ପଂଚାୟତର ୨୦ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ଦେବା ପାଇଁ ପ୍ରଥମେ ନିଷ୍ପତି ହୋଇଥିଲା । କିନ୍ତୁ ପୁଣି ସେହି ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ପାଇଁ ନିଷ୍ପତି ନେଇଛନ୍ତି । ଅତ୍ୟନ୍ତ ସ୍ୱଚ୍ଛଳ ବ୍ୟକ୍ତିଙ୍କୁ ପୁଣି ଏହି ଯୋଜନାରେ ସାମିଲ କରାଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ଯାଜପୁର ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ଅଧିକାରୀଙ୍କୁ ଭୂଇଁପୁର ପଂଚାୟତ ସମିତି ସଭ୍ୟା ଝୁନାରାଣୀ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭେଟି ନିଜର ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ନିଷ୍ପତିର ପୁନଃବିଚାର କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରାଯାଇଛି ।

Leave A Reply

Your email address will not be published.