ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ମିଟର ଉଚ୍ଛେଦ କ୍ରମରେ ସାନଛତା ମଠ ଉଚ୍ଛେଦ ଜାରି, ସ୍ୱର୍ଗଦ୍ୱାରର ସୌନ୍ଦର୍ଯ୍ୟକରଣ ଓ ପୁନରୁଦ୍ଧାର କାର୍ଯ୍ୟ ଚଳାଇଛି ଜିଲ୍ଲା ପ୍ରଶାସନ
ପୁରୀ: ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ମିଟର ଉଚ୍ଛେଦ କ୍ରମରେ ସାନଛତା ମଠ ଉଚ୍ଛେଦ ଜାରି। ଦୋଳବେଦୀ କୋଣ ତିନିମହଲା କୋଠାକୁ ଛାଡ଼ି ଅନ୍ୟ ସବୁ ଘରର ଉଚ୍ଛେଦ ଚାଲିଛି। କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ଉଚ୍ଛେଦ। ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ମଠର ତିନିମହଲା କୋଠାର ସମ୍ମୁଖ ଭାଗ ଭଙ୍ଗାଯାଇଛି। ଖୁବଶୀଘ୍ର ସାନଛତା ମଠ ଉଚ୍ଛେଦ କାର୍ଯ୍ୟ ଶେଷ କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି। ସେପଟେ ମଙ୍ଗୁ ମଠ ଉଚ୍ଛେଦ ଶେଷ ପରେ ଏହାର ଭଗ୍ନାବଶେଷକୁ ଖାଲି କରାଯାଇଛି। ପରେ ଏହାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ପୂର୍ବସ୍ଥାନ ଭଳି ଏହାକୁ ସମତୁଲ କରି ଟାଇଲ ବିଛାଯିବାକୁ ଲକ୍ଷ୍ୟ ରହିଛି। ସେପଟେ ପୁରୀ ସ୍ୱର୍ଗଦ୍ୱାରର ସୌନ୍ଦଯ୍ୟର୍କରଣ ଓ ପୁନରୁଦ୍ଧାର କାର୍ଯ୍ୟ ଚଳାଇଛି ଜିଲ୍ଲା ପ୍ରଶାସନ। ସ୍ୱର୍ଗଦ୍ୱାର ପରିସରରେ ଥିବା କେତେକ ପୁରାତନ ନିର୍ମାଣକୁ ଭଙ୍ଗାଯାଇଛି। ସେହିପରି ସେଠାରେ ଗତ କିଛି ବର୍ଷ ତଳେ ନିର୍ମିତ ଅତ୍ୟାଧୁନିକ ଚିମିନିକୁ ମଧ୍ୟ ଭାଙ୍ଗି ଦିଆଯାଇଛି। ଆସନ୍ତା ୪ ମାସ ମଧ୍ୟରେ ସ୍ୱର୍ଗଦ୍ୱାରର ସୌନ୍ଦର୍ଯ୍ୟକରଣ ଓ ପୁନରୁଦ୍ଧାର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରହିଛି।