ଭିଜିଲାନ୍ସ ଜାଲରେ ବିଡିଏ ଅଧିକାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ବିଡିଏ ସେକ୍ସନ ଅଫିସର ବିଭୂତି ଭୂଷଣ ରାୟଙ୍କ ଘରେ ରେଡ୍ କରାଯାଉଛି। ଏକକାଳୀନ ୫ଟି ସ୍ଥାନରେ ଚଢାଉ ଚାଲିଛି। ବିଭୂତି ଭୂଷଣ ରାୟଙ୍କ ଭୁବନେଶ୍ୱରସ୍ଥିତ ଜିଜିପି କଲୋନୀ ବାସଭବନ, ଝାରପଡ଼ା ଓ ଅଫିସରେ ଚଢାଉ କରାଯାଇଛି। ଏହାସହ ଜଗତସିଂହପୁର ପୈତୃକ ଘରେ ମଧ୍ୟ ରେଡ୍ ହୋଇଛି। ଯାଞ୍ଚ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ବ୍ୟାଙ୍କ ବାଲାନ୍ସ , କାଗଜପତ୍ର ଓ ବହୁ ସୁନା ଅଳଙ୍କାର ଜବତ ହୋଇଛି।