ଟ୍ରମ୍ପଙ୍କ ବିରୋଧରେ ଚାଲିବ ମହାଭିଯୋଗ, ଆମେରିକା ହାଉସ ଅଫ ରିପ୍ରେଜେଣ୍ଟେଣ୍ଟିଭରେ ମହାଭିଯୋଗ ସପକ୍ଷରେ ବହୁମତ

ଅଡ଼ୁଆରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କ୍ଷମତାର ଦୁରୁପଯୋଗ ଅଭିଯୋଗରେ ତାଙ୍କ ବିରୋଧରେ ଚାଲିବ ମହାଭିଯୋଗ। ଏନେଇ ଆମେରିକାର ସଂସଦରେ ମତଦାନ ହୋଇଥିଲା। ମହାଭିଯୋଗ ସପକ୍ଷରେ ବହୁମତ ମିଳିଛି। ମହାଭିଯୋଗ ପ୍ରସ୍ତାବ ଚଳାଇବା ପାଇଁ ସପକ୍ଷରେ ୨୩୦ ଭୋଟ ମିଳିଥିବା ବେଳେ ବିପକ୍ଷରେ ୧୯୭ଟି ଭୋଟ ମିଳିଥିଲା। ମତଦାନ ପୂର୍ବରୁ ଦୀର୍ଘ ୧୦ଘଣ୍ଟା ଧରି ସିନେଟରେ ବିତର୍କ ହୋଇଥିଲା। ୨୦୨୦ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନର ପ୍ରାର୍ଥୀ ଜୋ ବିଡେନଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର ନେଇ କ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ ରହିଛି। ଏଥିପାଇଁ ଟ୍ରମ୍ପ ୟୁକ୍ରେନର ରାଷ୍ଟ୍ରପତିଙ୍କୁ ବିଡେନଙ୍କ ବିରୋଧରେ ତଦନ୍ତ ପାଇଁ ଚାପ ପକାଇଥିଲେ।

trump

ସେପଟେ ଟ୍ରମ୍ପ ଏହାକୁ ଆମେରିକାର ଗଣତନ୍ତ୍ର ବିରୋଧରେ ଖୋଲାଖୋଲି ଯୁଦ୍ଧ ଘୋଷଣା ବୋଲି କହିଛନ୍ତି। ହାଉସ ସ୍ପିକର ନାନ୍‌ସୀ ପୋଲେସି ଓ ବିରୋଧୀ ଡେମୋକ୍ରାଟିକ ଦଳ ଆମେରିକା ଗଣତନ୍ତ୍ରକୁ ନଷ୍ଟ କରିବାକୁ ଉଦ୍ୟମ କରୁଥିବା ଟ୍ରମ୍ପ କହିଛନ୍ତି। ଆମେରିକାରେ କୌଣସି ରାଷ୍ଟ୍ରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିବାରେ ଏହା ଚତୁର୍ଥ ଘଟଣା । ପ୍ରଥମେ ୧୮୮୪ରେ ତତ୍କାଳୀନ ରାଷ୍ଟ୍ରପତି ଆଣ୍ଡ୍ର‌୍ୟୁ ଜନସନଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିଥିଲା । ଏହାପରେ ୧୯୭୪ ମସିହାରେ ୱାଟରଗେଟ ସ୍କାଣ୍ଡାଲରେ ମହାଭିଯୋଗ ପ୍ରସ୍ତାବର ସାମ୍ନା କରିବା ପୂର୍ବରୁ ଇସ୍ତଫା ଦେଇଥିଲେ ପୂର୍ବତନ ରାଷ୍ଟ୍ରପତି ରିଚାର୍ଡ ନିକସନ। ସେହିପରି ୧୯୯୮ରେ ବିଲ୍ କ୍ଲିଣ୍ଟନକୁ ରାଷ୍ଟ୍ରପତି ପଦରୁ ହଟାଇବା ପାଇଁ ମହାଭିଯୋଗ ପ୍ରସ୍ତାବ ଆସିଥିଲା ।

Leave A Reply

Your email address will not be published.