୪୦ଲକ୍ଷ ଟଙ୍କା ଠକେଇ, ୩ଜଣ ବ୍ୟାଙ୍କ ମିତ୍ରଙ୍କୁ ଗିରଫ କଲା ରାଉରକେଲା ସାଇବର ଥାନା ପୋଲିସ

ରାଉରକେଲା: ବ୍ୟାଙ୍କକୁ ଠକି ଦେଲେ ବ୍ୟାଙ୍କ ମିତ୍ର। ୪୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ୩ଜଣ ବ୍ୟାଙ୍କ ମିତ୍ରଙ୍କୁ ଗିରଫ କରିଛି ରାଉରକେଲା ସାଇବର ଥାନା ପୋଲିସ। ଏମାନେ ହେଲେ ସନ୍ତୋଷ ପତି, ପୁଷ୍ପା କୁଜୁର, ରାମ ଏକ୍କା । ରାଉରକେଲା ବନ୍ଧମୁଣ୍ଡା ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆରରୁ ଏମାନେ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଛି। ୨୦୧୮ ସେପ୍ଟେମ୍ବର ୨୧ତାରିଖରୁ ଅକ୍ଟୋବର ୫ତାରିଖ ମଧ୍ୟରେ ବ୍ୟାଙ୍କର ସର୍ଭରରେ ପ୍ରବ୍ଲେମ ଥିବା ସମୟରେ ଏହି ଟଙ୍କା ଆତ୍ମସାତ ହୋଇଥିବା ଜଣାପଡ଼ିଛି। ରାଉରକେଲା ସାଇବର ଥାନାରେ ବ୍ୟାଙ୍କ ପକ୍ଷରୁ ଏତଲା ଦିଆଯିବା ପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା। ସମ୍ପର୍କୀୟଙ୍କ ଆକାଉଣ୍ଟ ମାଧ୍ୟମରେ ଟଙ୍କା ଆତ୍ମସାତ କରିଥିବା ସୂଚନା ମିଳିଛି। ଏମାନଙ୍କ ନିକଟରୁ ୨ଲକ୍ଷ ୮୦ ହଜାର ଟଙ୍କା ଜବତ କରାଯାଇଛି।

Leave A Reply

Your email address will not be published.