Below header

ସମ୍ବଲପୁର: ଠେଲକୁଳି ଥାନା ଅନ୍ତର୍ଗତ ତାରିଣୀ ମନ୍ଦିର ନିକଟରେ ଥିବା ଆକ୍ସିସ ବ୍ୟାଙ୍କ ଏଟିଏମ୍‌କୁ ଜାଳିଦେଲେ ଦୁର୍ବୃତ୍ତ

ସମ୍ବଲପୁର: ସମ୍ବଲପୁରରେ ଆକ୍ସିସ ବ୍ୟାଙ୍କ ATM ଜାଳିଦେଲେ ଦୁର୍ବୃତ୍ତ । ସମ୍ବଲପୁର ଠେଲକୁଳି ଥାନା ଅନ୍ତର୍ଗତ ତାରିଣୀ ମନ୍ଦିର ନିକଟରେ ଥିବା ଆକ୍ସିସ ବ୍ୟାଙ୍କ ଏଟିଏମ୍‌କୁ କିଛି ଦୁର୍ବୃତ୍ତ ଜାଳି ଦେଇଥିବା ଅଭିଯୋଗ ହୋଇଛି। ଲୁଟ୍‌ ଉଦ୍ୟମ ବିଫଳ ହେବାରୁ ATM ଜାଳିଦେଲେ ଦୁର୍ବୃତ୍ତ । ପୋଲିସ ଥାନାରୁ ମାତ୍ର ଏକ କିଲୋମିଟର ଦୂରରେ ଏହି ଘଟଣା ଘଟିଛି। ଏଟିଏମ୍‌ରେ କେତେ ଟଙ୍କା ଥିଲା ତାହା ଜଣାପଡିନାହିଁ। ଏ ପର୍ଯ୍ୟନ୍ତ ବ୍ୟାଙ୍କ କର୍ତ୍ତୃପକ୍ଷ କୌଣସି ରିପୋର୍ଟ ପୋଲିସକୁ ଦେଇନାହାନ୍ତି। ପୋଲିସ କିନ୍ତୁ ଘଟଣାର ତଦନ୍ତ କରୁଛି। ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.