ପୁଅ ମୋହରେ ଅନ୍ଧ ହୋଇ ନିଜ ଦୃଢ ପ୍ରତିଜ୍ଞା ଭାଙ୍ଗିଥିଲେ ଗାନ୍ଧାରୀ, ଜାଣନ୍ତୁ କାହିଁକି ଓ କେମିତି ?

ମହାଭାରତ ସମୟର ମହାରାଣୀ ଗାନ୍ଧାରୀ ହେଉଛନ୍ତି ଅନ୍ୟତମ ମୁଖ୍ୟ ଚରିତ୍ର । ଅନ୍ୟ ସମସ୍ତ ଚରିତ୍ର ଅପେକ୍ଷା ଜଣେ ପତିବ୍ରତା ନାରୀ ଭାବେ ସେ ବେଶୀ ପରିଚିତା । ଗାନ୍ଧାରୀ ଗାନ୍ଧାର ନରେଶ ମହାରାଜା ସୁବଳଙ୍କର ଏକମାତ୍ର ଝିଅ ଥିଲେ । ଗାନ୍ଧାର ପ୍ରଦେଶର ଏକ ମାତ୍ର ରାଜକୁମାରୀ ହୋଇଥିବାରୁ ପିତା ଅତି ଶ୍ରଦ୍ଧାରେ ତାଙ୍କ ନାଁ ଗାନ୍ଧାରୀ ରଖିଥିଲେ । ପରବର୍ତ୍ତୀ ସମୟରେ ପିତାମହ ଭୀଷ୍ମ ମହାରାଜା ଧୃତରାଷ୍ଟ୍ରଙ୍କ ସହ ତାଙ୍କର ବିବାହ କରାଇଥିଲେ । ରାଜା ଧୃତରାଷ୍ଟ୍ର ଜନ୍ମରୁ ଅନ୍ଧ ଥିଲେ । ତେଣୁ ପତ୍ନୀ ଗାନ୍ଧାରୀ ନିଜ ପତିଙ୍କ ପାଇଁ ବଳିଦାନ ଦେଇ ଆଜୀବନ ନିଜ ଆଖିରେ ପଟି ବାନ୍ଧିବାକୁ ଦୃଢ ପ୍ରତିଜ୍ଞା ନେଇଥିଲେ । ସ୍ୱାମୀ ପାଇଁ ଏପରି ତ୍ୟାଗ ଇତିହାସରେ ହୁଏତ ଖୁବ ନାରୀ ହିଁ କରିଥିବେ ।

gandhari

କିନ୍ତୁ ହୁଏତ ଖୁବ କମ ଲୋକ ଜାଣିଥିବେ ଜୀବନ ସାରା ଆଖିରେ ପଟି ବାନ୍ଧିବାର ଦୃଢ ପ୍ରଣ ନେଇଥିଲେ ମଧ୍ୟ ନିଜ ଜୀବନ କାଳ ଭିତରେ ସମୁଦାୟ ୨ ଥର ଏହି ପ୍ରତିଜ୍ଞାକୁ ସେ ଭାଙ୍ଗିଥିଲେ । ତେବେ ଆସନ୍ତୁ ଜାଣିବା କେଉଁ ଘଟଣା ମାନ ସତୀ ଗାନ୍ଧାରୀଙ୍କୁ ନିଜ ନିୟମ ଭାଙ୍ଗିବାକୁ ବାଧ୍ୟ କରିଥିଲା । ଶହେ ଭାଇ କୌରବଙ୍କ ମା’ ଗାନ୍ଧାରୀଙ୍କର ଭଗବାନ ମହାଦେବ ଶିବଙ୍କ ଉପରେ ଗଭୀର ଆସ୍ଥା ଓ ବିଶ୍ୱାସ ଥିଲା । ତାଙ୍କୁ ଭଗବାନ ଶିବଙ୍କ ଠାରୁ ବରଦାନ ମିଳିଥିଲା କି ଯେବେବି ସେ ନିଜ ଆଖିର ପଟି କାଢି କାହାକୁ ଦେଖିବେ ତାଙ୍କ ପୁରା ଶରୀର ଲୁହା ପରି ଟାଣ ହୋଇଯିବ । ପୁତ୍ର ମୋହରେ ଅନ୍ଧ ହୋଇ ଗାନ୍ଧାରୀ ମହାଭାରତ ଯୁଦ୍ଧ ସମୟରେ ନିଜ ପୁତ୍ର ଦୁର୍ଯ୍ୟଧନଙ୍କୁ ଉଲଗ୍ନ ଅବସ୍ଥାରେ ଦେଖିବେ ବୋଲି ଠିକ କରିଥିଲେ | ଯାହାଦ୍ୱାରା ତାଙ୍କ ଶରୀର ଲୁହା ଭଳି ଟାଣ ହୋଇଯିବ ।

gandhari

ଏଥିପାଇଁ ସେ ପ୍ରଥମ ଥର ନିଜ ଆଖିର ପଟି ବାହାର କରିଥିଲେ । କିନ୍ତୁ ଲଜ୍ଜା କାରଣରୁ ଦୁର୍ଯ୍ୟଧାନ ନିଜ ଗୁପ୍ତାଙ୍ଗରେ ଏକ ପତ୍ର ରଖି ଦେଇଥିଲେ | କିନ୍ତୁ ଦୁର୍ଯ୍ୟଧନଙ୍କ ଏହି ଭୁଲ ପରବର୍ତ୍ତୀ ସମୟରେ ତାଙ୍କ ମୃତ୍ୟୁର କାରଣ ପାଲଟି ଥିଲା । ଏହାବାଦ ମହାଭାରତ ଯୁଦ୍ଧର ଶେଷ ଦିନ ନିଜ ପଟି ବାହାର କରିଥିଲେ । ନିଜ ପ୍ରିୟ ପୁତ୍ର ଦୁର୍ଯ୍ୟଧନ ଗଭୀର ଆହତ ହୋଇଥିବାର ଖବର ଶୁଣି ସେ ନିଜ ଆଖିର ପଟି ବାହାର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.