ଦେଶର ୧୫ ନାରୀଙ୍କୁ ‘ନାରୀ ଶକ୍ତି’ ପୁରସ୍କାର ଦେଲେ ରାଷ୍ଟ୍ରପତି, ୧୦୩ ବର୍ଷୀୟ ଆଥଲେଟ୍‌ ମନ୍‌ କୌରଙ୍କ ଉର୍ଜା ଦେଖି ଉତ୍ସାହିତ ହେଲେ ଦର୍ଶକ

କେନ୍ୟୁଜ୍(ବ୍ୟୁରୋ):  ଆଜି ୧୫ ଜଣଙ୍କୁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି। ଏହି ପୁରସ୍କାର ପାଇବାରେ ଅଛନ୍ତି ଜଣେ ୧୦୩ ବର୍ଷୀୟ ଆଥଲେଟ୍‌। ସେ ହେଉଛନ୍ତି ଚଣ୍ଡିଗଡର ମନ୍‌ କୌର। ଶତାୟୁ କ୍ୟାଟାଗୋରୀରେ ଅନେକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି ମନ୍‌ କୌର। ଆଜି ପୁରସ୍କାର ପ୍ରଦାନ ଉତ୍ସବରେ ମଧ୍ୟ ତାଙ୍କର ଉର୍ଜା ଦେଖିବାକୁ ମିଳିଥିଲା। ଏ ବୟସରେ ବି ଚଳଚଞ୍ଚଳ ଥିବା ମନ କୌରଙ୍କୁ ଦେଖି ସମସ୍ତେ ଉତ୍ସାହିତ ହୋଇଥିଲେ। ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ ପରେ ସେ ଦୌଡ଼ିବାର ଦୃଶ୍ୟ ସମସ୍ତଙ୍କୁ ଉତ୍‌ଫୁଲ୍ଲିତ କରିଥିଲା।

ପୁରସ୍କାର ପ୍ରଦାନ ଉତ୍ସବ ପରେ ସଂଧ୍ୟାରେ ପୁରସ୍କାର ପ୍ରାପ୍ତ ୧୫ ଜଣ ମହିଳାଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମୟରେ ମନ୍‌ କୌରଙ୍କଠାରୁ ଆଶୀର୍ବାଦ ନେବାକୁ ଭୁଲି ନଥିଲେ ପ୍ରଧାନମନ୍ତ୍ରୀ। ମନ୍‌ କୌରଙ୍କ ଜନ୍ମ ୧୯୧୬ ମାର୍ଚ୍ଚ ୧ ତାରିଖରେ। ବର୍ତ୍ତମାନ ବି ଖେଳ ପାଇଁ ଅଭ୍ୟାସ କରନ୍ତି।  ମନ୍‌ କୌରଙ୍କ କୋଚ୍‌ ଅଛନ୍ତି ତାଙ୍କ ପୁଅ।

 

 

 

Leave A Reply

Your email address will not be published.