ଦାରିଙ୍ଗବାଡ଼ି: କଡା ନିୟମ ସତ୍ତ୍ୱେ ଚେତୁନହାନ୍ତି ବାଇକ ଚାଳକ, ମଦ ପିଇ ବାଇକ ଚଳାଇ ପିକଅପ୍ ଭ୍ୟାନକୁ ପିଟିଲେ ଯୁବକ, ଜଣେ ମୃତ ଦୁଇ ଗୁରୁତର

କନ୍ଧମାଳ(କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା  ଡିପୁମାହା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।  ପିକଅପ ଭ୍ୟାନ୍ ସହିତ ବାଇକ୍‌ ମଧ୍ୟରେ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ, ପୁରୁଣା ନୂଆଗାଁର ତିନିଜଣ ଯୁବକ ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିଲେ । ବୁଲାବୁଲି ସାରି ନିଜଗ୍ରାମକୁ ଫେରୁଥିବା ସମୟରେ ସାରନିକେତା ନିକଟ ଡିପୁମାହାଠାରେ ଏକ ପିକଅପ ଭ୍ୟାନକୁ ଧକ୍କା ଦେଇଥିଲା ବାଇକ। ଯାହା ଫଳରେ ବାଇକ ଚଳାଉଥିବା ଯୁବକ ପୁରୁଣା ନୂଆଁଗାଁର ଧରମା ପାତ୍ରଙ୍କ ପୁଅ ଅନେସ ଚନ୍ଦ୍ର ପାତ୍ର( ୨୧)ଙ୍କର ଘଟଣା ସ୍ଥଳରେ ମୃତ ହୋଇଥିଲା। ପଛରେ ବସିଥିବା କାଶୀନାଥ ବିଶୋଇଙ୍କ ପୁଅ ନିଳା ବିଶୋଇ (୧୯)ଏବଂ ସୁଶାନ୍ତ ବିଶୋଇଙ୍କ ପୁଅ ଚନ୍ଦ୍ର ଶେଖର ବିଶୋଇ ବାଇକରୁ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ। ଘଟଣା ସ୍ଥଳରୁ  ପିକଅପ ଭ୍ୟାନରେ ଆସୁଥିବା ମାଲିକ ଏବଂ ଡ୍ରାଇଭର ଆହତ ଦୁଇ ଜଣଙ୍କୁ ଦାରିଙ୍ଗବାଡ଼ି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଦୁହିଁଙ୍କର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲେ ଡାକ୍ତର।  ଖବର ପାଇ ଦାରିଙ୍ଗବାଡ଼ି  ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ସେମାନେ ବିନା ହେଲମେଟ ସହ ମଦ ପିଇ ବାଇକ ଚଳାଉଥିବାରୁ ଏଭଳି ଘଟଣା ଘଟିଥିବାର ଜଣାପଡିଛି ।

accident in daringbadi

ଘଟଣା ପରେ ପିକଅପ୍ ଭ୍ୟାନ୍ ସହିତ  ଡ୍ରାଇଭର୍ ଅନନ୍ତ ନାୟକକୁ ଅଟକ ରଖିଛି ପୋଲିସ । ଏହି ମାମଲାର ୩୪/୨୦୨୦ରେ ଏକ କେସ ରୁଜ କରିଛି ପୋଲିସ ।ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ କୌଶିକ ମାଝୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.