Below header

୧୫ ଘଣ୍ଟାର ପଚରାଉଚରା ପରେ ୟେସ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁର ଗିରଫ, ୧୧ ଯାଏ ରହିବେ ଇଡି ହେପାଜତରେ

କେନ୍ୟୁଜ୍(ବ୍ୟୁରୋ): ୟେସ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁର ମାର୍ଚ୍ଚ ୧୧ ଯାଏ ଇଡି ହେପାଜତରେ ରହିବେ । ୧୫ ଘଣ୍ଟାର ପଚରାଉଚରା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲା । ଆଜି ତାଙ୍କୁ ମୁମ୍ବାଇ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ତାଙ୍କୁ ଆସନ୍ତା ୧୧ ଯାଏ ଇଡି ହେପାଜତକୁ ପଠାଇଦେଇଛନ୍ତି । ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରିଛି ଇଡି । ଭୋର ୪ଟାରେ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ କରିବା ପରେ ଅଧିକ ପଚରାଉଚରା ଲାଗି ମୁମ୍ବାଇ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯାଇଛି । ସେଠାରେ ପ୍ରଥମେ ମେଡିକାଲ ଚେକ୍‌ଅପ୍‌ ପାଇଁ ହସ୍ପିଟାଲ ନିଆଯାଇଥିଲା । ପୁଣି ଥରେ ତାଙ୍କର ହେଲ୍‌ଥ ଚେକ୍‌ଅପ୍‌ କରାଯିବ । ଏହା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ । ତାଙ୍କ ତିନି ଝିଅଙ୍କ ଘରେ ମଧ୍ୟ ଇଡି ଚଢାଉ କରିଛି । ୟେସ୍‌ ବ୍ୟାଙ୍କର ଏଭଳି ଦେବାଳିଆ ସ୍ଥିତି ପଛରେ କଣ ରହସ୍ୟ ରହିଛି, କେଉଁ ନେତାଙ୍କର ଏଥିରେ ହାତ ଅଛି, ଏ ସଂପର୍କରେ ରାଣା କପୁରଙ୍କୁ ପଚରାଉଚୁରା କରାଯାଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.