ନିଆଳି: ଫାଣ୍ଡି ଉପରକୁ ବୋମାମାଡ। ଗତକାଲି ରାତିରେ ନିଆଳି କର୍ସଦା ଫାଣ୍ଡି ଉପରକୁ କିଛି ଦୁର୍ବୃତ୍ତ ବୋମାମାଡ କରିଥିଲେ। ତେବେ ବୋମାଟି ପାଖରେ ଥିବା ଏକ ଗଛରେ ବାଜି ବିସ୍ଫୋରଣ ହୋଇଥିଲା। ଏଥିରେ କାହାରି କୌଣସି କ୍ଷତି ହୋଇନାହିଁ। ତେବେ ବୋମାମାଡର କାରଣ ଜଣାପଡିନଥିବାବେଳେ ସନ୍ଦେହରେ ପୋଲିସ ପୂର୍ଣ୍ଣଚନ୍ଦ୍ର ପରିଡା ନାମକ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ତାନାଁରେ ପୂର୍ବରୁ ମାମଲା ଅଛି କି ନାହିଁ ସେନେଇ ତଦନ୍ତ ଚାଲିଛି।