କରୋନା ଭାଇରସ ସଂକ୍ରମିତ ରୋଗୀଙ୍କ ଫୁସଫୁସର ପ୍ରଥମ ଫଟୋ ଜାରି, ଛବି ଦେଖି ଡରୁଛି ସାରା ଦୁନିଆ

ବିଶ୍ୱ ମହାମାରୀ ଘୋଷିତ ହୋଇଥିବା କରୋନା ଭାଇରସ ଏବେ ସୁଦ୍ଧା ସାରା ଦୁନିଆରେ ୪୩୦୦ ଲୋକଙ୍କର ଜୀବନ ନେଇସାରିଲାଣି। ଏହି ଖତରନାକ ଭାଇରସର ମୁକାବିଲା କରିବା ପାଇଁ ସାରର ଦୁନିଆର ବୈଜ୍ଞାନିକମାନେ ଲାଗିଛନ୍ତି। ଏହି ସମୟ ରେଡିଓଲଜିକାଲ ସୋସାଇଟି ଅଫ୍‌ ନର୍ଥ ଆମେରିକା କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବା ଫୁସଫୁସର ୩ଡି ଫଟୋ ଜାରୀ କରିଛି।

cornaଏହି ଫଟୋରେ ପରିଷ୍କାର ଭାବରେ ଦେଖାଯାଉଛି ଯେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ରୋଗୀଙ୍କ ଫୁସଫୁସ ଅଠାଳିଆ ଏବଂ ଗାଢ଼ା କଫ ଦ୍ୱାରା ଭରି ରହିଛି। ଏହି କାରଣରୁ ପୀଡିତ ବ୍ୟକ୍ତିଙ୍କୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କରୋନା ଭାଇରସ ମାନବ ଶରୀରରେ ପ୍ରଥମେ ଶ୍ୱସନ ତନ୍ତ୍ରକୁ ହିଁ ସଂକ୍ରମିତ କରିଥାଏ। ଯେଉଁଥିରେ ଫୁସଫୁସର ସଂକ୍ରମଣ ପ୍ରଥମ ଷ୍ଟେଜ ଅଟେ।


ଏହ ୩ଡି ଇମେଜକୁ ଜାରି କରିବା ପରେ ଡାକ୍ତର ଏକ୍ସ-ରେ ଏବଂ ସିଟି ସ୍କାନ ଦ୍ୱାରା କରେନା ଭାଇରସକୁ ବହୁତ ଜଲଦି ଚିହ୍ନଟ କରିପାରିବେ, ଯାହା ଗମ୍ଭୀର ଭାବରେ ସଂକ୍ରମିତ ଅଟେ। ଏହାପରେ ସେହି ରୋଗୀଙ୍କୁ ତୁରନ୍ତ ଏକାନ୍ତ ଓ୍ଵାର୍ଡକୁ ହିଁ ଶିଫ୍ଟ କରାଯିବ।

Leave A Reply

Your email address will not be published.