ଆବଶ୍ୟକୀୟ ସମାଗ୍ରୀ
- ପଣସ ୨୦୦ ଗ୍ରାମ
- ଆଳୁ ୨ ଟି
- ଅଦା ରସୁଣ ପେଷ୍ଟ ୨ ଚାମଚ
- ଟମାଟୋ ୧ ଟି
- ପିଆଜ ୧ ଟି
- ଅଳେଇଚ, ଗୁଜୁରାତି, ତେଜପତ୍ର, ଡାଲଚିନି, ଗୋଲମରିଚ
- ଜୀରା ଗୁଣ୍ଡ
- ଧନିଆ ଗୁଣ୍ଡ
- ଗୋଲମରିଚ ଗୁଣ୍ଡ
- ହଳଦୀଗୁଣ୍ଡ
- ଲଙ୍କାଗୁଣ୍ଡ
- ଗରମ୍ ମସଲା
- ମିଟ୍ ମସଲା
- ଧନିଆପତ୍ର
- ତେଲ
- ଲୁଣ ସ୍ଵାଦ ଅନୁସାରେ
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ପଣସକୁ ଅଧିକ ଟିକେ ପାଣି ଦେଇ ଲୁଣ ହଳଦୀ ଦେଇ ସିଝାଇ ଦିଅନ୍ତୁ, ଏହା ସିଝିଗଲା ପରେ ପାଣିରୁ ବାହାର୍ କରି ଦିଅନ୍ତୁ । ବର୍ତ୍ତମାନ୍ ଏକ ପ୍ୟାନ ବସାଇ ସେଥିରେ ଅଳ୍ପ ତେଲ ଗରମ୍ କରି ପଣସକୁ ଭଲ ଭାବେ ଭାଜି ଦିଅନ୍ତୁ । ଭାଜି ହୋଇଗଲା ପରେ ଏହାକୁ କାଢି ସେହି ପ୍ୟାନରେ ଆଳୁକୁ ପକାଇ ଭାଜି ଦିଅନ୍ତୁ । ବର୍ତ୍ତମାନ୍ ସେହି ପ୍ୟାନରେ ପୁଣିଥରେ ତେଲ ଗରମ୍ କରି ସେଥିରେ ଅଳେଇଚ, ଗୁଜୁରାତି, ତେଜପତ୍ର, ଡାଲଚିନି, ଗୋଲମରିଚ ପକାଇ କିଛି ସମୟ ଫ୍ରାଏ କରନ୍ତୁ । ତାପରେ ସେଥିରେ ପିଆଜ ଓ ଅଦା ରସୁଣ ପେଷ୍ଟ ପକାଇ ଦିଅନ୍ତୁ । କିଛି ସମୟ ପରେ ସେଥିରେ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ ଓ ଜିରାଗୁଣ୍ଡ ପକାଇ ଅଳ୍ପ ପାଣି ଦେଇ ଭଲ ଭାବରେ କସନ୍ତୁ । କଷି ହୋଇଗଲା ପରେ ଏଥିରେ ଟମାଟୋ ପକାଇ ଏହାକୁ ସିଝିବା ପାଇଁ ଘୋଡାଇ ଦିଅନ୍ତୁ । ମସଲା ସହିତ ଟମାଟୋକୁ ମଧ୍ଯ ଭଲ ଭାବରେ କଷି ଦିଅନ୍ତୁ । ବର୍ତ୍ତମାନ୍ ଏଥିରେ ଫ୍ରାଏ କରି ରଖିଥିବା ଆଳୁ ଓ ପଣସକୁ ପକାଇ ଗୋଳାଇ ଦିଅନ୍ତୁ ଏବଂ ସେଥିରେ କିଛି ମିଟ୍ ମସଲା ପକାଇ ଭାଜନ୍ତୁ । ତାପରେ ସେଥିରେ ଅଳ୍ପ ପାଣି ଦେଇ ଘୋଡ଼ାଇ ଦିଅନ୍ତୁ । ଏହା ଭଲଭାବରେ ହୋଇଗଲା ପରେ ସେଥିରେ ଅଳ୍ପ ଗରମ୍ ମସଲା ଓ ଧନିଆପତ୍ରକୁ କାଟି ପକାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ସ୍ଵାଦିଷ୍ଟ ପଣସ ତରକାରୀ । ଏହାକୁ ଆପଣ ଭାତ କିମ୍ବା ରୁଟି ସହ ଖାଇ ପାରିବେ ।