ସୁନ୍ଦରଗଡ଼କୁ ମାଡ଼ିଲା କାରୋନା, ଗତକାଲି ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ସୁନ୍ଦରଗଡ଼ର

ଓଡ଼ିଶାରେ ଦିନକୁ ଦିନ ସକ୍ରିୟ ହୋଇ ଚାଲିଛି କାରୋନା ଭାଇରସ। ଏହି ମହାମରୀ ଭାଇରସ ସଂକ୍ରମଣ କବଳରେ ଏବେ ସୁନ୍ଦରଗଡ। ଦୁଇ କାରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ସୁନ୍ଦରଗଡ଼ରେ। ଗତକାଲି ରାତିରେ ଚିହ୍ନଟ ହୋଇଥିବା ୪ ଜଣ କାରୋନା ପଜିଟିଭଙ୍କ ମଧ୍ୟରୁ ଦୁଇ ଜଣ ସୁନ୍ଦରଗଡ଼ ଜିଲ୍ଲାର ବୋଲି ଜଣାପଡିଛି। ଏହାକୁ ସ୍ପଷ୍ଟ କରିଛନ୍ତି ସୁନ୍ଦରଗଡ଼ ସିଡିଏମଓ। ଦୁଇଜଣ କାରୋନା ଆକ୍ରାନ୍ତ ସୁନ୍ଦରଗଡ ଜିଲ୍ଲାର ବିଶ୍ରା ଅଂଚଳର ବୋଲି ଜଣାଇଛନ୍ତି ସୁନ୍ଦରଗଡ ଜିଲ୍ଳାପାଳ।

coronavirusଗତକାଲି ଚିହ୍ନଟ ହୋଇଥିବା ୪ ଜଣ କାରୋନା ପଜିଟିଭଙ୍କ ମଧ୍ୟରୁ ଦୁଇ ଜଣ ସୁନ୍ଦରଗଡ଼ର ହୋଇଥିବାବେଳେ ଅନ୍ୟ ଦୁଇଜଣଙ୍କ ବିଷୟରେ କିମ୍ବା ତାଙ୍କ ଟ୍ରାଭେଲ ହିଷ୍ଟ୍ରି ସମ୍ପର୍କରେ କୌଣସି ତଥ୍ୟ ଏପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଦିଆଯାଇନାହିଁ। ତେବେ ବର୍ତ୍ତମାନ ଓଡ଼ିଶାରେ ୫୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଆକ୍ଟିଭ କେସ ୪୧ ରହିଛି।

Leave A Reply

Your email address will not be published.