Below header

କରୋନା ସହାୟତା ନେଇ ହାତ ବଢ଼ାଇଲା ଭାରତ, ୨୫ରୁ ଅଧିକ ଦେଶକୁ ପଠାଇବ ହାଇଡ୍ରୋକ୍ସିକ୍ଲୋରୋକୁଇନ ବଟିକା

ନୂଆଦିଲ୍ଲୀ: ୨୫ରୁ ଅଧିକ ରାଷ୍ଟ୍ରକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ପଠାଇବ ଭାରତ । ପ୍ରଥମ ପର୍ଯ୍ୟାୟରେ ୧୩ଟି ଦେଶକୁ କ୍ଲୋରୋକୁଇନ୍‌ ଦିଆଯିବ । ଦୁଇଟି ପର୍ଯ୍ୟାୟରେ ବିଦେଶୀ ରାଷ୍ଟ୍ରକୁ ଔଷଧ ରପ୍ତାନୀ କରାଯିବ । ଏଥିରେ ପଡୋଶୀ ରାଷ୍ଟ୍ରକୁ ଅଗ୍ରାଧିକାର ଦିଆଯାଇଛି । ଆମେରିକା ଭାରତ ଠାରୁ ୪୮ ଲକ୍ଷ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଟାବ୍‌ଲେଟ୍‌ କିଣିବା ପାଇଁ ଆଗ୍ରହ ପ୍ରକାଶ କରିଥିଲା । ଭାରତ ପ୍ରଥମ ପର୍ଯ୍ୟାୟରେ ୩୫.୮୨ ଲକ୍ଷ ଟାବଲେଟ୍‌ ଯୋଗାଇବା ପାଇଁ ଘୋଷଣା କରିଛି । ଭାରତ ପୂର୍ବରୁ ଇସ୍ରାଏଲକୁ ବି ଟାବଲେଟ୍‌ ଯୋଗାଇ ଦେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.