୧୦୪ ବର୍ଷରେ କରୋନାକୁ ହରାଇ ନିଜ ପରିବାର ସହିତ ଜନ୍ମଦିନ ପାଳନ କଲେ ବୃଦ୍ଧ ଏବଂ କହିଲେ କରୋନାକୁ ହରାଇଥିବା କାହାଣୀ

କଥାରେ ଅଛି ‘ରଖେ ହରି ତ ମାରେ କିଏ’ ଯେଉଁ କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଆମେରିକାର ଜଣେ ୧୦୪ ବର୍ଷୀୟ ବୃଦ୍ଧ । ନିକଟରେ ସେ କରୋନା ଭାଇରସକୁ ପରାସ୍ତ କରି ୧୦୪ ବର୍ଷ ବୟସରେ ନିଜର ଜନ୍ମଦିନ ପାଳନ କରି ସୋସିଆଲ ମିଡିଆର ସେନ୍ସେସନ ପାଲଟି ଯାଇଛନ୍ତି ।

ସୁଚନା ଅନୁଯାୟୀ Bill Lapschies ନାମକ ଜଣେ ୧୦୪ ବର୍ଷୀୟ ବୃଦ୍ଧ ଯିଏକି ଆମେରିକାର ଓରେଗାନରେ ବାସ କରନ୍ତି । ଗତ ତିନି ସପ୍ତାହ ତଳେ ସେ କରୋନାକୁ ପରାସ୍ତ କରି ହସପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଖବର ମୁତାବକ ବିଲ ରହୁଥିବା ବୃଦ୍ଧାଶ୍ରମରେ ଥିବା ୧୫ ଜଣ କରୋନା ରୋଗୀଙ୍କ ମଧ୍ୟରେ ସେ ସବୁଠାରୁ ବୟସ୍କ ରୋଗୀ ଥିଲେ । ୧୯୧୬ ମସିହାରେ ଜନ୍ମଗ୍ରହଣ କରିଥିବା ବିଲ କେବଳ କରୋନା ନୂହେଁ ପୂର୍ବରୁ ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବଂ ସ୍ପାନିଶ ଫ୍ଲୁ ରୁ ମଧ୍ଯ ବଞ୍ଚିଥିଲେ ।

Oregon Man, 104, May Be World's Oldest Survivor Of Coronavirus | KLCC

ଖବର ମୁତାବକ ମାର୍ଚ୍ଚ ୧୧ ତାରିଖରେ Bill Lapschies ଙ୍କ ଠାରେ କରୋନାର ଲକ୍ଷଣ ଦେଖାଯିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ବିଲ୍ କରୋନାକୁ ପରାସ୍ତ କରି ନିକଟରେ ସୁସ୍ଥ ହୋଇ ଫେରିଛନ୍ତି । ଏହାପରେ ବିଲଙ୍କ ପରିବାର ବୃଦ୍ଧାଶ୍ରମକୁ ଆସି ସେ ସୁସ୍ଥ ହେବା ଖୁସିରେ ତାଙ୍କର ୧୦୪ ତମ ଜନ୍ମଦିନ ପାଳନ କରିଛନ୍ତି ।

ସୁଚନା ଅନୁଯାୟୀ ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଆମେରିକାରେ ବର୍ତ୍ତମାନ୍ ପର୍ଯ୍ୟନ୍ତ ପ୍ରାୟ ୨୦,୦୦୦ ଲୋକଙ୍କ ଜୀବନ୍ ନେଇ ସାରିଥିବା ବେଳେ ପ୍ରାୟ ୫,୩୨, ୬୭୯ ଜଣ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.