ବିହାରରେ କରୋନା ଭାଇରସର ମାମଲା ଲଗାତାର ବଢ଼ିବାରେ ଲାଗିଛି। ଏହାକୁ ନଜରରେ ରଖି ରାଜ୍ୟ ସରକାର ଓ ପ୍ରଶାସନ ବିଭିନ୍ନ ଜରୁରୀ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଭଳି ସ୍ଥିତିରେ ଲୋକେ ଏହି ମହାମାରୀରୁ ମୁକୁଳିବା ପାଇଁ ପୂଜାପାଠ ମଧ୍ୟ କରୁଥିବା ଦେଖିବାକୁ ମିଳୁଛି।
ବେଗୁସରାୟ ଅଞ୍ଚଳରେ କରୋନା ମହାମାରୀକୁ ବିନାଶ କରିବା ଏବଂ ବିଶ୍ୱ କଲ୍ୟାଣ ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରାଯାଇଛି। ଏହାସହିତ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ମଧ୍ୟ କରାଯାଇଛି। ତେବେ ସବୁଠାରୁ ବଡ କଥା ହେଲା, ପୂଜା ସମୟରେ ସୋସିଆଲ ଡିସଷ୍ଟାନସିଙ୍ଗ ଉପରେ ଧ୍ୟାନ ରଖାଯାଇଥିଲା।
ବେଗୁସରାୟର ୱାର୍ଡ ନମ୍ବର 41ରେ ପଣ୍ଡିତ ରିପୁସୁଦନଙ୍କ ନେତୃତ୍ୱରେ ପୂଜାର ଆୟୋଜନ କରାଯାଇଥିଲା। ତାଙ୍କ କହିବା ଅନୁଯାୟୀ, ସାରା ବିଶ୍ୱରେ ବ୍ୟାପିଥିବା କରୋନା ଭାଇରସରୁ ମୁକ୍ତି ପାଇଁ ଭଗବାନ ଶିବ ଓ ମା’ ଦୁର୍ଗାଙ୍କ ପୂଜା କରାଯାଇଛି। ଏଥିରେ ସାମିଲ ହୋଇଥିବା ପଣ୍ଡିତମାନେ ସାମାଜିକ ଦୂରତା ବଜାୟ ରଖି ଦିନସାରା ପୂଜାର୍ଚ୍ଚନା କରିଥିଲେ। ଭଗବାନ ଶିବଙ୍କ ଆରାଧନା ପାଇଁ ରୁଦ୍ରାଭିଷେକ ଏବଂ ସୁନ୍ଦରାକାଣ୍ଡ ପାଠ ମଧ୍ୟ କରାଯାଇଥିଲା।