Below header

ଦୁଇ ମହିଳା ମାଓ କ୍ୟାଡରଙ୍କ ଆତ୍ମସମର୍ପଣ,ଏମାନଙ୍କ ନାଁରେ ଥିଲା ୩ ଲକ୍ଷ ଟଙ୍କାର ପୁରସ୍କାର

ମାଲକାନଗିରି(କେନ୍ଯୁଜ୍): ମାଲକାନଗିରି ପୋଲିସର ମୋଷ୍ଟ ଓ୍ଵାଣ୍ଟେଡ ଦୁଇ ମହିଳା ମାଓ କ୍ୟାଡରଙ୍କ ଆତ୍ମସମର୍ପଣ କରିଛନ୍ତି । ଦୁଇ ମହିଳା ମାଓବାଦୀ ହେଉଛନ୍ତି ଆନ୍ଧ୍ର ଓଡ଼ିଶା ବୋର୍ଡର ଜୋନାଲ କମିଟିର ଏସିଏମ୍‌ କ୍ୟାଡର ଶାନ୍ତି ମାଡି ଓ ସୋଡି ଲୋକେ । ଶାନ୍ତି ମାଡିଙ୍କର ଘର ମାଲିକାନଗିରି ପଡିଆ ବ୍ଲକରେ । ସେ ୧୩ ବର୍ଷ କାଲିମେଳା ଦଲମରେ କାମ କରୁଥିଲେ । ମାଲକାନଗିରି ଜିଲ୍ଲାରେ ୨୦୦୮ ମସିହାରେ ଆଣ୍ଟି ଲ୍ୟାଣ୍ଡ ମାଇନ୍ସ ଗାଡିତ ବିସ୍ଫୋରଣ କରିବା, ରାଜୁଲକୋଣ୍ଡାରେ ଏସ୍‌ଓଜି ଟିମ୍‌ ଉପରେ ଆକ୍ରମଣ ଭଳି ୫୦ରୁ ଅଧିକ ମାଓ କାର୍ଯ୍ଯକଳାପରେ ସାମିଲ ଥିଲେ । ସେହିପରି ସୋଡି ଲୋକେ ବହୁ ମାଓ ହିଂସାକାଣ୍ଡରେ ସଂପୃକ୍ତ । ଏମାନଙ୍କ ନାଁରେ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.