କୋଭିଡ-୧୯ ମୁକାବିଲା ପାଇଁ ପୂରା ଦେଶ ଲକଡାଉନ୍, ଏହି ସମୟରେ ଦାୟିତ୍ୱ ନେବାକୁ ୪ ହଜାର କିଲୋମିଟର ଆସିଲେ ଦୁଇ ବିଚାରପତି
କୋଲକାତା: ଦାୟିତ୍ୱ ନେବାକୁ ୪ ହଜାର କିଲୋମିଟର ଆସିଲେ ବିଚାରପତି । କୋଭିଡ-୧୯ ମୁକାବିଲା ପାଇଁ ପୂରା ଦେଶ ଲକଡାଉନ୍ । ଏଭଳି ସ୍ଥିତିରେ ଦୁଇଜଣ ବିଚାରପତି ନୂଆ ଦାୟିତ୍ୱ ନେବାକୁ ୪ ହଜାର କିଲୋମିଟର ଯାତ୍ରା କରିଛନ୍ତି । ଦୁଇ ବିଚାରପତିଙ୍କ ମଧ୍ୟରୁ ଜଣଙ୍କୁ ବମ୍ବେ ଓ ଅନ୍ୟ ଜଣଙ୍କୁ ମେଘାଳୟ କୋର୍ଟରେ ଦାୟିତ୍ୱ ମିଳିଛି । ସୂଚନାନୁଯାୟୀ କୋଲକାତା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଦୀପଙ୍କର ଦତ୍ତ ମୁମ୍ବାଇ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ପାଇଛନ୍ତି । ଏଥିପାଇଁ ସେ କୋଲକାତାରୁ ମୁମ୍ବାଇ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି ।
ସେହିପରି ଆଲ୍ହାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ସୋମାଦର ମେଘାଳୟ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ପାଇଛନ୍ତି । ଏଥିପାଇଁ ସେ କୋଲକାତାରୁ ସିଲଙ୍ଗ ଯାତ୍ରା କରିଛନ୍ତିି । ବିଶ୍ୱନାଥ ସୋମାଦର ଗତକାଲି ସନ୍ଧ୍ୟାରେ ସିଲଙ୍ଗରେ ପହଂଚିଛନ୍ତି । ସେହିପରି ଜଷ୍ଟିସ୍ ଦତ୍ତ ଆଜି ସନ୍ଧ୍ୟା ସୁଦ୍ଧା ମୁମ୍ବାଇରେ ପହଞ୍ଚିବେ ବୋଲି ଆଶା କରାଯାଉଛି । ଆସନ୍ତାକାଲି ସେ ଦାୟିତ୍ୱ ଗ୍ରହଣ କରିବେ ।