Below header

ଏଠାରେ ଶିବଲିଙ୍ଗ ଉପରେ କ୍ଷୀର ଲାଗି କରିଥାଏ ଗାଈ, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଭଗବାନ ଶିବଙ୍କ ମନ୍ଦିର ସହ ଜଡିତ ଚମତ୍କାରର ଅନେକ କଥା ଆପଣମାନେ ଶୁଣିଥିବେ କିନ୍ତୁ କଣ ଆପଣ ଜାଣିଛନ୍ତି କି ଦେଶରେ ଏଭଳି ଏକ ମନ୍ଦିର ରହିଛି, ଯେଉଁଠାରେ ଅବସ୍ଥିତ ଏକ ପଥର ଉପରେ ଏକ ଗାଈ ପ୍ରତ୍ୟେକ ଦିନ ନିଜ ସ୍ତନରୁ କ୍ଷୀର ଲାଗି କରିଥାଏ।

ଆମେ ଆପଣଙ୍କୁ କହିବାକୁ ଯାଉଛୁ ମଧ୍ୟପ୍ରଦେଶରେ ଅବସ୍ଥିତ ଏକ ଶିବ ମନ୍ଦିର ସମ୍ପର୍କରେ। ଏହି ମନ୍ଦିର ମଧ୍ୟପ୍ରଦେଶରେ ଗବାଲୀୟର ନିକଟରେ ଅବସ୍ଥିତ ଇଂନ୍ଦରଗଢ଼ ନଗରର ଦତୀୟ ରୋଡ଼ରେ ଅବସ୍ଥିତ। ଏହି ମନ୍ଦିର ପ୍ରାଚୀନ ଗୋ-ପୁରୁଷ ଶଙ୍କର ନାମରେ ଜଣାଶୁଣା।

cow

ଜାଣନ୍ତୁ କିପରି ରଖାଗଲା ଏହି ମନ୍ଦିରର ନାମ :

ମାନ୍ୟତା ଅନୁଯାୟୀ ପୂର୍ବ ଯୁଗରେ ଏହି ମନ୍ଦିରରେ ଏକ ଗାଈ ପ୍ରତିଦିନ ପହଞ୍ଚିବା ପରେ ଏକ ଶିଳା ଉପରେ ନିଜ ସ୍ତନରୁ କ୍ଷୀର ଲାଗି କରିଥାନ୍ତି। ଏହିକାରଣରୁ ଏହି ମନ୍ଦିରର ନାଁ ଗୋ-ପୁରୁଷ ମନ୍ଦିର ରଖାଯାଇଛି। ଏଠାରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ଜମିଥାଏ।

ମାନ୍ୟତା ରହିଛି ଏହି ଶିଳା ନିକଟରେ ଗାଈଟି ପହଂଚିବା ପରେ ଗାଈର ସ୍ତନରୁ କ୍ଷୀର ବାହାରିଥାଏ। ଏହି ଭକ୍ତିମୟ ପ୍ରକ୍ରିୟାକୁ ଥରେ ଏଠାର ରାଜା ଦେଖିବା ପରେ ସେହି ପଥର ସିଳାର ଖନନ କାର୍ଯ୍ୟ କରିଥିଲେ କିନ୍ତୁ ଏଥିରୁ କିଛି ରହସ୍ୟ ଜଣାପଡିବା ପରେ ଖୋଲିବା ବନ୍ଦ କରିଦେଇଥିଲେ। ଶେଷରେ ରାଜା ଏହି ସ୍ଥାନରେ ମସନ୍ଦିର ସ୍ଥାପନା କରି ଭଗବାନ ଶଙ୍କର ଏବଂ ନନ୍ଦୀ ମହାରାଜଙ୍କ ମୂର୍ତ୍ତି ସ୍ଥାପିତ କରିଥିଲେ।

ଏହି ପଥର ଆଜି ମଧ୍ୟ ଭଗବାନ ଶିବଙ୍କ ପିଣ୍ଡ ନିକଟରେ ଅବସ୍ଥିତ। ଯାହାକୁ ସାକ୍ଷାତ ଭଗବାନ ଶିବଙ୍କ ପ୍ରତିମା କୁହାଯାଇଥାଏ। ଶ୍ରାବଣ ମାସରେ ଏହି ମନ୍ଦିରରେ ହଜାର ହଜାର ସଂଖ୍ୟାରେ ଭକ୍ତ ପହଞ୍ଚିବା ସହ ଅଭିଷେକ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.