1965 ଯୁଦ୍ଧରେ ନିଜର ସମସ୍ତ ସମ୍ପତ୍ତି ଦାନ କରିଦେଇଥିଲେ ଏହା ବ୍ୟକ୍ତି, ଆଜି ଝୁମ୍ପୁଡ଼ିରେ କଟୁଛି ଜୀବନ

ଜଣେ ବ୍ୟକ୍ତି ଯିଏ 1965 ଯୁଦ୍ଧରେ ନିଜର ସମସ୍ତ ସମ୍ପତ୍ତି ଦାନ କରିଥିଲେ, ଏପରିକି ତାଙ୍କ ମା’ଙ୍କ ହାତର ଚୁଡ଼ି ମଧ୍ୟ । ଆମେ କହୁଛୁ ଝାନସୀର ଏହି ଦାନବୀର ମୋହନ କୁଶୱାଙ୍କ ବିଷୟରେ । ଏହା ବୁନ୍ଦେଲଖଣ୍ଡର ଏକ ଜୀବନ୍ତ କାହାଣୀ ଅଟେ ଯେଉଁଠାରେ ରାଣୀ ଲକ୍ଷ୍ମୀବାଇ ସ୍ୱାଧୀନତା ପାଇଁ ବ୍ରିଟିଶମାନଙ୍କ ସହିତ ଲଢ଼ି ସବୁଦିନ ପାଇଁ ଅମର ହୋଇଥିଲେ । ସେହି ବୁନ୍ଦେଲଖଣ୍ଡର ବୀର ଭୂମି ଯେଉଁଠାରେ ପ୍ରୄଥ୍ଵୀରାଜ ଚୌହାନ, ଅଲହା-ଉଦଲ ଏବଂ ଛତ୍ରଶାଲଙ୍କ ପରି ବୀରମାନେ ରହୁଥିଲେ । ଏହି କ୍ରମରେ, ମୋହନ କୁଶୱା ଓରଫ ମୋହନ ଦାଲୁଦରୀ ମଧ୍ୟ କମ୍ ନୁହଁନ୍ତି । ସେ ମଧ୍ୟ ଏହି ବୀରମାନଙ୍କ ବର୍ଗରେ ଆସିଥିଲେ, କିନ୍ତୁ ବର୍ତ୍ତମାନ ସେ ଅଜ୍ଞାତ ଅନ୍ଧକାରରେ ହଜି ଯାଇଛନ୍ତି ଏବଂ ଏକ ଝୁମ୍ପୁଡିରେ ନିଜ ଜୀବନ ବିତାଉଛନ୍ତି ।

ସମସ୍ତେ ନିଜ ପାଇଁ ବଞ୍ଚନ୍ତି କିନ୍ତୁ ଯେଉଁମାନେ ଦେଶ ପାଇଁ ବଂଚନ୍ତି ସେମାନେ ସବୁବେଳେ ଅମର ରହିଯାନ୍ତି । 1965 ଯୁଦ୍ଧରେ ନିଜର ସମସ୍ତ ସମ୍ପତ୍ତି ଦାନ କରିଥିବା ମୋହନ କୁଶୱା 80 ବର୍ଷ ବୟସରେ ମଧ୍ୟ କାହା ଦାନର ଅପେକ୍ଷାରେ ନାହାଁନ୍ତି । ନା ରାସନ ଅଛି ନା ଅଛି ରାସନ କାର୍ଡ, ଆତ୍ମନିର୍ଭରଶୀଳତା ସହିତ ସେ ଆଜିବି ନିଜ ଜୀବନ ବଞ୍ଚିଛନ୍ତି । କିନ୍ତୁ ଅପରପକ୍ଷେ, ସରକାର ତାଙ୍କ ସାହସିକତା ପ୍ରତି ଧ୍ୟାନ ଦେଇନାହାଁନ୍ତି ଏବଂ ଆଜି ମୋହନ ଏକ ଛୋଟ ଝୁମ୍ପୁଡିରେ ରହିବାକୁ ବାଧ୍ୟ ହେଉଛନ୍ତି ।

ଦେଶକୁ ନିଜର ସମସ୍ତ ସମ୍ପତ୍ତି ଦାନ କରିଥିବା ମୋହନ କୁଶୱା ସରକାରୀ ଅବହେଳା ଏବଂ ଉଦାସୀନତାର ଶିକାର ହୋଇଛନ୍ତି । ଆଜି ବୁନ୍ଦେଲଖଣ୍ଡର ବାସିନ୍ଦାମାନେ ବୁନ୍ଦେଲଖଣ୍ଡର ସ୍ଥିତିକୁ ଦର୍ଶାଇ ଅଜ୍ଞାତ ଦାନବୀର ମୋହନ କୁଶୱା ସାହେବଙ୍କୁ ଅଭିବାଦନ ଜଣାଇଛନ୍ତି । କିନ୍ତୁ ପ୍ରଶାସ ଏପର୍ଯ୍ୟନ୍ତ ତାଙ୍କର ମହାନତା ବୁଝିପାରି ନାହାଁନ୍ତି । ସରକାର ଏହି ମହାନ ଦାତାଙ୍କର ଦାରିଦ୍ର୍ୟକୁ ଦୂର କରିବା ସହିତ ତାଙ୍କୁ ସାହାଯ୍ୟ କରିବା ଉଚିତ୍ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.