ରାଉରକେଲା ନାଲା ରୋଡରେ ପୋଲିସ୍ ଉପରକୁ ପଥର ମାଡ ସହ ବ୍ଯାରିକେଡ ଭାଙ୍ଗିଲେ ଲୋକେ

ରାଉରକେଲା : ଆଜି ନାଲା ରୋଡରେ ପୋଲିସ୍ ଉପରକୁ ପଥର ମାଡ ହୋଇଥିବା ସୂଚନା ମିଳିଛି । କୌଣସି କାରଣରୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଯାହାଫଳରେ କିଛି ଲୋକ ପଥର ମାଡ କରିବା ସହ ବ୍ଯାରିକେଡ ଭାଙ୍ଗିଦେଇଥିଲେ। ଏନେଇ ଖବର ପାଇବା ପରେ ନାଲା ରୋଡକୁ ଅଧିକ ସଂଖ୍ଯକ ପୋଲିସ୍ ଫୋର୍ସ ଆସି ପହଁଚିଥିଲେ । ରାଉରକେଲା ଏସପିଙ୍କ ସହିତ ବରିଷ୍ଠ ପୋଲିସ୍ ଅଧିକାରୀ ଘଟଣାସ୍ଥଳରେ ପହଁଚି ପରିସ୍ଥିତି ଉପରେ ନଜର ରଖିବା ସହିତ ଘଟଣାର ତଦନ୍ତ ଚଳାଇଛନ୍ତି । ଏହି ଘଟଣା ପରେ କିଛି ପୋଲିସ୍ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.