ପୁଣିଥରେ ସାହାଯ୍ୟର ହାତ ବଢ଼ାଇଲେ ଭାଇଜାନ, ଫର୍ମହାଉସ ପାଖ ଗାଁ ଲୋକଙ୍କୁ ବାଣ୍ଟିଲେ ରାସନ ସାମଗ୍ରୀ

ଲକଡାଉନ ଯୋଗୁ ସଲମାନ ଖାନ ଏବେ ପୂରା ପରିବାର ସହ ମୁମ୍ବାଇ ନିକଟସ୍ଥ ନିଜ ଫାର୍ମ ହାଉସରେ ଫସିରହିଛନ୍ତି। ସେ ସେଠାରେ ରହି କରୋନା ଭାଇରସ ବେଳେ ଘରେ ରହିବାକୁ ଲୋକଙ୍କୁ ପରାମର୍ଶ ଦେବାକୁ ଏକ ଭିଡିଓ କରି ନିକଟରେ ସେୟାର କରିଥିଲେ।

Salman Khan Urge To Distribute Ration To Poor Amid Corona

ଏବେ ଫାର୍ମହାଉସରୁ ସଲମାନଙ୍କ ଆଉ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସଲମାନ ନିଜ ପରିବାର ସଦସ୍ୟଙ୍କ ସହ ମିଶି ଏକ ଷ୍ଟୋର ରୁମରୁ ରାସନ ଓ ଖାଇବା ସାମଗ୍ରୀକୁ ବୋହି ନେଇ ପାଖରେ ଥିବା ଶଗଡ଼ ଗାଡ଼ିରେ ରଖୁଥିବା ଦେଖିବାକୁ ମିଳିଛି। ପରେ ସେଠାରୁ ନେଇ ଠିଆ ହୋଇଥିଲା ଲୋକଙ୍କ ହାତକୁ ଦେଉଛନ୍ତି। ରିପୋର୍ଟ ମୁତାବକ ସଲମାନ ଫାର୍ମ ହାଉସ ଆଖପାଖରେ ଥିବା ଗାଁ ଲୋକଙ୍କୁ ରାସନ ସାମଗ୍ରୀ ଦେଉଛନ୍ତି।

 

View this post on Instagram

 

@jacquelinef143 @vanturiulia @rahulnarainkanal @imkamaalkhan @niketan_m @waluschaa @abhiraj88

A post shared by Salman Khan (@beingsalmankhan) on

ଭିଡିଓରେ ସଲମାନ ଖାନଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ସମେତ ଗାର୍ଲଫ୍ରେଣ୍ଡ ୟୁଲିଆ ବନ୍ତୁର ଓ ସଲମାନଙ୍କ ବନ୍ଧୁ ତଥା ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ ମଧ୍ୟ ଉପସ୍ଥିତ ରହି ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି।

salman

ସୂଚନାଯୋଗ୍ୟ ଯେ ପୂର୍ବରୁ ମଧ୍ୟ ସଲମାନ ଫିଲ୍ମ ଇଣ୍ଡଷ୍ଟ୍ରୀର ୪୫ ହଜାର ଦିନ ମଜୁରିଆଙ୍କ ଆକାଉଣ୍ଟକୁ ୩୦୦୦ ଟଙ୍କା ଲେଖାଏଁ ପଠାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.