ଫେସବୁକ ୟୁଜରଙ୍କ ପାଇଁ ବଡ଼ ଖବର, ଏବେ ଲାଇଭ ଦେଖିବା ପୂର୍ବରୁ କରିବାକୁ ପଡ଼ିବ ପେମେଣ୍ଟ

ଫେସବୁକ ବ୍ୟବହାର କରୁଥିବା ୟୁଜରଙ୍କ ପାଇଁ ଜରୁରୀ ସୂଚନା। ଏବେ ଫେସବୁକରେ ଲାଇଭ ଭିଡିଓ ଦେଖିଲେ ଟଙ୍କା ଗଣିବାକୁ ପଡ଼ିବ। ଖୁବଶୀଘ୍ର ଫେସବୁକ ଏହି ନୂଆ ଫିଚର ଆଣିବାକୁ ଯାଉଛି। ଏହି ଫିଚରରେ ୟୁଜର ଲାଇଭ ବ୍ରଡ୍ କାଷ୍ଟ କରିବା ପୂର୍ବରୁ ସ୍ଥିର କରିପାରିବେ ଯେ ଏହି ଭିଡିଓକୁ ଲୋକମାନେ ମାଗଣାରେ ଦେଖିବେ କି ଟଙ୍କା ପେମେଣ୍ଟ କରି ଆକସେସ କରିବେ।

How to go live on Facebook

ବର୍ତ୍ତମାନ କରୋନା ମହାମାରୀ ସମୟରେ ଫେସବୁକ ପରଫର୍ମାନ୍ସିଙ୍ଗ ଆର୍ଟିଷ୍ଟଙ୍କ ପାଇଁ ଫେସବୁକ ଏହି ଫିଚର ଆଣିବାକୁ ଯାଉଛି, ଫଳରେ ସେମାନେ ଘରେ ବସି ଟଙ୍କା ରୋଜଗାର କରିପାରିବେ। ଏଥିରେ ମ୍ୟୁଜିସିଆନ, କମେଡିଆନ, ପର୍ସନାଲ ଟ୍ରେନର ଓ ସ୍ପିକର ଆଦି ଟଙ୍କା ରୋଜଗାର କରିପାରିବେ ବୋଲି ଫେସବୁକ କହିଛି।

Facebook will let Pages broadcast live videos from desktop web ...

ରିପୋର୍ଟ ମୁତାବକ କୌଣସି ଚ୍ୟାରିଟି ମାଧ୍ୟମରେ ଟଙ୍କା ରୋଜଗାର କରୁଥିବା ଲୋକ ମଧ୍ୟ ଏହି ଟୁଲ ବ୍ୟବହାର କରିପାରିବେ। ଏଥିପାଇଁ ୟୁଜର ଲାଇଭ ଷ୍ଟ୍ରିମିଙ୍ଗରେ ଡୋନେଟ ବଟନ ମଧ୍ୟ ଆଡ୍ କରିପାରିବେ। ଫେସବୁକ କହିଛି ଯେ ଡୋନେଟ ଅପ୍ସନରେ ସଂଗ୍ରହ କରାଯାଇଥିବା ଅର୍ଥକୁ ଫେସବୁକ ସିଧାସଳଖ NGO ଆକାଉଣ୍ଟକୁ ପଠାଇଦେବ ଓ ନିଜେ କୌଣସି ଲାଭାଂଶ ରଖିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.