ସାଧାରଣତଃ ସୁନା, ରୁପା ଏବଂ ହୀରା ବିଶ୍ୱର ସବୁଠାରୁ ମୂଲ୍ୟବାନ ପଦାର୍ଥ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ଏସବୁ ପଦାର୍ଥକୁ ବାଦ୍ ଦେଇ ଆଉ ଏକ ମୂଲ୍ୟବାନ ପଦାର୍ଥ ରହିଛି। ଯାହା ବିଶ୍ୱର ସବୁଠାରୁ ମହଙ୍ଗା ପଦାର୍ଥ ଭାବେ ଜଣାଶୁଣା। ଏହି ପଦାର୍ଥର ମୂଲ୍ୟ ବିଷୟରେ ଶୁଣିଲେ ହୁଏତ ଆପଣ ନିଜ କାନକୁ ବିଶ୍ୱାସ କରିପାରିବେ ନାହିଁ। ଏହି ପଦାର୍ଥର ଏକ ଗ୍ରାମର ମୂଲ୍ୟ ୭୫୫୩ କୋଟିରୁ ଅଧିକ ବୋଲି କୁହାଯାଉଛି। ଏହି ପଦାର୍ଥର ନାମ ଆଣ୍ଟିମ୍ୟାଟର। ହୁଏତ ଆପଣ କେବେ ବି ଏହାର ନାମ ଶୁଣିନଥିବେ।
ବୈଜ୍ଞାନିକଙ୍କ ଅନୁଯାୟୀ, ଆଣ୍ଟିମ୍ୟାଟର ପଦାର୍ଥ ସହିତ ସମାନ। କିନ୍ତୁ ଏହା ସାଧାରଣ ପଦାର୍ଥର ସମ୍ପୂର୍ଣ୍ଣ ବିପରୀତ ଅଟେ। ବିଶେଷ ଭାବରେ, ଆଣ୍ଟିମ୍ୟାଟର ଉପ-ପରମାଣୁ କଣିକାର ସାଧାରଣ ପଦାର୍ଥ (ମ୍ୟାଟର୍)ର ବିପରୀତ ଗୁଣ ଅଛି। ସେହି କଣିକାର ବୈଦ୍ୟୁତିକ ଚାର୍ଜ ଓଲଟା। ଆଣ୍ଟିମ୍ୟାଟର୍ ପ୍ରଥମେ ୧୯୨୮ ମସିହାରେ ବୈଜ୍ଞାନିକ ପଲ୍ ଡିରାକ୍ ବିଶ୍ୱକୁ କହିଥିଲେ, ଯାହା ନ୍ୟୁ ସାଇଣ୍ଟିଷ୍ଟ୍ ପତ୍ରିକାରେ ପ୍ରକାଶ ପାଇଥିଲା। ସେହିଦିନଠାରୁ ବୈଜ୍ଞାନିକମାନଙ୍କ ପାଇଁ ଏହା କୌତୂହଳର ବିଷୟ ପାଲଟିଛି।
ବୈଜ୍ଞାନିକ ମଧ୍ୟ ଏହାକୁ ପ୍ରୟୋଗଶାଳାରେ ଅଳ୍ପ ମାତ୍ରାରେ ନିର୍ମାଣ କରିଥିଲେ। କିନ୍ତୁ ଏହି ପଦାର୍ଥର ମାତ୍ର ଏକ ମିଲିଗ୍ରାମ ପ୍ରସ୍ତୁତ କରିବା ପାଇଁ ୧୦୦ ବିଲିଅନ ଡଲାର ଖର୍ଚ୍ଚ ହୋଇଥିଲା। ସେବେଠୋରୁ ଏହାକୁ ବନ୍ଦ କରି ଦିଆଗଲା। ଏହାଛଡା ଏହି ପଦାର୍ଥ ବହୁତ ବିପଦପୂର୍ଣ୍ଣ ବୋଲି ବୈଜ୍ଞାନିକ ବିଶ୍ୱାସ ରଖୁଥିଲେ। ଏହି ପଦାର୍ଥର ମାତ୍ର ଅଧ କିଲୋ ମାତ୍ର ଦୁନିଆର ସବୁଠାରୁ ବଡ ପରମାଣୁ ବୋମା ଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ। ଯାହା କୌଣସି ମଧ୍ୟ ବଡ ସହରକୁ କ୍ଷଣିକରେ ଧ୍ୱସଂ କରିଦେବାର କ୍ଷମତା ରଖିଛି।
ଏହାଛଡା ଏହି ପଦାର୍ଥର ବ୍ୟବହାର ମହାକାଶରେ ଅନ୍ୟ ଗ୍ରହକୁ ଯାଉଥିବା ବିମାନରେ ଇନ୍ଧନ ଭାବେ ବ୍ୟବହାର କରାଯାଇପାରିବ, ଯେହେତୁ ଏହି ପଦାର୍ଥ ଏତେ ମହଙ୍ଗା , ତେଣୁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଚିନ୍ତା ମଧ୍ୟ କରାଯାଇନାହିଁ। ଏହା ଭବିଷ୍ୟତରେ ସମ୍ଭବ ହୋଇପାରେ ବୋଲି ବୈଜ୍ଞାନିକମାତେ ମତ ରଖିଛନ୍ତି।