ନ୍ୟୁଓ୍ଵର୍କ : ନଖ ରଖି ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିବା ଏହି ମହିଳା ହେଉଛନ୍ତି ଲି ରେଡମଣ୍ଡ । ରୁହନ୍ତି ଆମେରିକାର ସଲ୍ଟ ଲେକ୍ ସିଟିରେ । ତାଙ୍କର ବଡ଼ ସଉକ ଥିଲା ନଖ ରଖିବା । ଏମିତି ରଖୁ ରଖୁ ନଖ ଏତେ ବଢ଼ିଗଲା ଯେ ସେ ଆଉ ତାକୁ କାଟିବାକୁ ଚାହିଁଲେ ନାହିଁ ।
୧୯୭୯ ମହିହାରୁ ସେ ତାଙ୍କର ନଖ କାଟିବା ବନ୍ଦ ରଖିଥିଲେ ବୋଲି କୁହନ୍ତି । ଫଳରେ ସେହି ଦିନ ଠାରୁ ନଖର ଯତ୍ନ ନେଲେ । ପ୍ରତିଦିନ ନଖକୁ ଗରମ ଓଲିଭ ଅଏଲ୍ରେ ବୁଡାନ୍ତି । ନଖକର ରିତିମତ ଯତ୍ନ ନିଅନ୍ତି । ଫଳରେ ତାଙ୍କର ନଖ ଦିନେ ଗିନିଜ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିବା ସେ ଗର୍ବର ସହ କୁହନ୍ତି ।
ତାଙ୍କର ନଖ ପାଇଁ ସେ ବହୁତ ଅସୁବିଧାରେ ପଡ଼ନ୍ତି ବୋଲି ସେ କୁହନ୍ତି । ବିଶେଷକରି ଟଏଲେଟ୍ ଓ ବିମାନରେଯିବା ବେଳେ ତାଙ୍କୁ ବିଶେଷ ଅସୁବିଧା ହୋଇଥାଏ । ତଥାପି ସେ ତାଙ୍କର ନାତୁଣୀଙ୍କ ସହାୟତାରେ ଚଳାଇ ନେଇଥାନ୍ତି ।
ବିମାନରେ ଯିବା ବେଳେ ଅସୁବିଧା ଯୋଗୁ ସେ ଦିନମାନ ଖାଇ ପାରନ୍ତି ନାହିଁ । କିଛି ଲେଖିବାକୁ ହେଲେ ସେ ବଡ ପେନ୍ସଲ୍ ଓ ରବର ବ୍ୟବହାର କରନ୍ତି ବୋଲି ସେ କୁହନ୍ତି । ତେବେ ତାଙ୍କ ଜୀବନରେ ସବୁଠୁ ଦୁଃଖଦ ମୂହୁର୍ତ୍ତ ଆସିଥିଲା ସେ ଯେତେବେଳେ ଏକ କାର୍ ଦୁର୍ଘଟଣାରେ ତାଙ୍କର ନଖ ହରାଇଲେ ।
ସେ ତାଙ୍କର ଦୁଇ ହାତର ନଖକୁ ମାପିଥିଲେ । ଯାହାର ସମୁଦାୟ ଲମ୍ବ ଥିଲା ୮.୬୫ ମିଟର ବା ପ୍ରାୟ ୨୫ ଫୁଟ୍ । ସେ ତାଙ୍କର ନଖକୁ ଏବେ ବି ଏକ ପ୍ଲାଷ୍ଟିକ୍ ବ୍ୟାଗ୍ରେ ସାଇତି ରଖିଛନ୍ତି ବୋଲି କୁହନ୍ତି ।
ଏହି ନଖ ରଖିବା ସଉକ ତାଙ୍କୁ ଅଞ୍ଚଳରେ ‘ଫିଙ୍ଗରନେଲ୍ ଲେଡି’ ଭାବରେ ପରିଚୟ ଦେଇଛି । ଏହି ନଖ ତାଙ୍କୁ ବହୁତ ଅସୁବିଧାରେ ପକାଇ ଥିଲେ ମଧ୍ୟ ଏଥିପାଇଁ ସେ ଏକ ଭିନ୍ନ ପରିଚୟ ପାଇଛନ୍ତି ବୋଲି ଖୁସିର ସହ କୁହନ୍ତି ।