କଟିହାର : ପ୍ରତିଭାକୁ କେବେ ବି କୈାଣସି ସଙ୍କଟ ପରିସ୍ଥିତି ବାନ୍ଧି ରଖି ପାରିବ ନାହିଁ । ପ୍ରତିଭା ଦିନେ ନା ଦିନେ ତା’ର ସ୍ୱରୂପ ପରିପ୍ରକାଶ କରିବ । ଏମିତି କିଛି ପ୍ରତିଭାର ଅଧିକାରୀ ହେଉଛନ୍ତି ବିହାର କଟିହାରର ରିଙ୍କୁ ।
ସେ ଏବେ କଟିହାର ସ୍ୱର୍ଗୀୟ ମଣ୍ଡଲ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ସୁଜାପୁର କ୍ୱାରେଣ୍ଟାଇନ୍ ସେଣ୍ଟରରେ ରୋଷେୟା ଭାବେ କାମ କରୁଛନ୍ତି । ତେବେ ତାଙ୍କର ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ସେ ଏକ ଲୋକପ୍ରିୟ ଗୀତରେ ନାଚି ଛନ୍ତି ।
ये वीडियो क्लिप, बिहार के कटिहार जिले के एक #कोरंटाइन सेंटर का है। बिहार के लोगों की उत्सवधर्मिता किसी से भी कम नहीं है। आश्चर्य होता है कि संकट के इस दौर में कोई व्यक्ति जीवन को इस अंदाज में भी जी सकता है। जिंदगी के प्रति अद्भुत रागात्मकता और जिजीविषा #बिहारी मानस की पहचान है। pic.twitter.com/PPnC9xP4YO
— Devendra N. Tiwari (देवेंद्र) (@JournoDev) June 6, 2020
ଏହି ଭିଡିଓ ଭାଇରାଲ ହେବା ପରେ ସେ ଚର୍ଚ୍ଚାକୁ ଆସିଛନ୍ତି । ତେବେ ଏ ସମ୍ପର୍କରେ ପଚାରିଲେ ସେ କୁହନ୍ତି, କ୍ୱାରାଣ୍ଟାଇନ୍ ସେଣ୍ଟରରେ ରୋଷେଇ ସାରିବା ପରେ ମୋର କିଛି କାମ ନଥାଏ । ଏଠାରେ ଥିବା ପ୍ରବାସୀ ଘର ଠାରୁ ଦୂରରେ ରହି ଏକାକୀ ଅନୁଭବ କରୁଥିବାର ୁ ସେମାନଙ୍କୁ ଟିକିଏ ଖୁସି କରାଏ ।
ରିଙ୍କୁ ନିକଟ ଗାଁରେ ଏକ ଛୋଟ ହୋଟେଲ କରି ନିଜର ଗୁଜରାଣ ମେଣ୍ଟାନ୍ତି । ଲକ୍ଡାଉନ୍ ପାଇଁ ହୋଟେଲ ବନ୍ଦ ଥିବାରୁ ସେ ଏଠାରେ ରୋଷେଇ କରୁଛନ୍ତି । ତେବେ ତାଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାକୁ ସେ ଭୁଲି ପାରି ନାହାଁନ୍ତି ।
ପ୍ରବାସୀଙ୍କୁ ଖୁସି କରିବା ପାଇଁ ହେଉ ପଛେ ସେ ତାଙ୍କର ପ୍ରତିଭାକୁ ନିଜ ଭିତରେ ବଞ୍ଚାଇ ରଖିଛନ୍ତି । ରିଙ୍କୁଙ୍କର ଏହି ଡ୍ୟାନ୍ସ ଭିଡିଓ ସୋସିଆଲ୍ ମିଡିଆରେ ହଙ୍ଗାମା କରିଛି ।