ବିହାର : କ୍ୱାରାଣ୍ଟାଇନ୍‌ ସେଣ୍ଟରର ଏହି ରୋଷେୟାଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ୍‌, ସୋସିଆଲ୍‌ ମିଡିଆରେ କରୁଛି ବୋବାଲ୍‌

କଟିହାର : ପ୍ରତିଭାକୁ କେବେ ବି କୈାଣସି ସଙ୍କଟ ପରିସ୍ଥିତି ବାନ୍ଧି ରଖି ପାରିବ ନାହିଁ । ପ୍ରତିଭା ଦିନେ ନା ଦିନେ ତା’ର ସ୍ୱରୂପ ପରିପ୍ରକାଶ କରିବ । ଏମିତି କିଛି ପ୍ରତିଭାର ଅଧିକାରୀ ହେଉଛନ୍ତି ବିହାର କଟିହାରର ରିଙ୍କୁ ।

ସେ ଏବେ କଟିହାର ସ୍ୱର୍ଗୀୟ ମଣ୍ଡଲ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ସୁଜାପୁର କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରୋଷେୟା ଭାବେ କାମ କରୁଛନ୍ତି । ତେବେ ତାଙ୍କର ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ସେ ଏକ ଲୋକପ୍ରିୟ ଗୀତରେ ନାଚି ଛନ୍ତି ।

ଏହି ଭିଡିଓ ଭାଇରାଲ ହେବା ପରେ ସେ ଚର୍ଚ୍ଚାକୁ ଆସିଛନ୍ତି । ତେବେ ଏ ସମ୍ପର୍କରେ ପଚାରିଲେ ସେ କୁହନ୍ତି, କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରୋଷେଇ ସାରିବା ପରେ ମୋର କିଛି କାମ ନଥାଏ । ଏଠାରେ ଥିବା ପ୍ରବାସୀ ଘର ଠାରୁ ଦୂରରେ ରହି ଏକାକୀ ଅନୁଭବ କରୁଥିବାର ୁ ସେମାନଙ୍କୁ ଟିକିଏ ଖୁସି କରାଏ ।

ରିଙ୍କୁ ନିକଟ ଗାଁରେ ଏକ ଛୋଟ ହୋଟେଲ କରି ନିଜର ଗୁଜରାଣ ମେଣ୍ଟାନ୍ତି । ଲକ୍‌ଡାଉନ୍‌ ପାଇଁ ହୋଟେଲ ବନ୍ଦ ଥିବାରୁ ସେ ଏଠାରେ ରୋଷେଇ କରୁଛନ୍ତି । ତେବେ ତାଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାକୁ ସେ ଭୁଲି ପାରି ନାହାଁନ୍ତି ।dance video.JPG-1

ପ୍ରବାସୀଙ୍କୁ ଖୁସି କରିବା ପାଇଁ ହେଉ ପଛେ ସେ ତାଙ୍କର ପ୍ରତିଭାକୁ ନିଜ ଭିତରେ ବଞ୍ଚାଇ ରଖିଛନ୍ତି । ରିଙ୍କୁଙ୍କର ଏହି ଡ୍ୟାନ୍ସ ଭିଡିଓ ସୋସିଆଲ୍‌ ମିଡିଆରେ ହଙ୍ଗାମା କରିଛି ।

Leave A Reply

Your email address will not be published.