କେନ୍ଦୁଝର: ଖଣ୍ଡାଧାର ଜଳ ପ୍ରପାତରେ ଅଘଟଣ, ଗାଧୋଉଥିବା ସମୟରେ ପାଣିରେ ବୁଡି ପର୍ଯ୍ୟଟକଙ୍କ ମୃତ୍ୟୁ

କେନ୍ଦୁଝର(କେନ୍ୟୁଜ୍): କରୋନା ବ୍ୟାପିବା ସମୟରେ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ ।  ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଖଣ୍ଡାଧାର ଜଳ ପ୍ରପାତରେ ଆଜି ଘଟିଛି  ଏକ ଦୁଖଃଦ ଘଟଣା ।ପ୍ରପାତର ପାଦ ଦେଶରେ ଗାଧୋଉଥିବା ସମୟରେ ଗୋଡ ଖସିଯିବାରୁ କୁଣ୍ଡ ମଧ୍ୟକୁ ଖସିପଡି ଜଣେ ପର୍ଯ୍ୟଟକ ମୃତ୍ୟୁ ବରଣ କରିଛନ୍ତି। ମୃତ ଯୁବକ ଜଣକ କେନ୍ଦୁଝର ଟାଉନ ଥାନା ଚର୍ଚ୍ଚ ଛକର ସୌରଭ କୁମାର ସ୍ବାଇଁ ବୋଲି ତାଙ୍କ ସାଙ୍ଗ ମାନଙ୍କ ନିକଟରୁ ସୂଚନା ମିଳିଛି।

drwoning death

କେନ୍ଦୁଝର ରୁ କିଛି ଯୁବକ ଖଣ୍ଡାଧାର ବୁଲିବାକୁ ଆସି ପ୍ରପାତରେ ଗାଧେଇବା ବେଳେ ପଥରରେ ଗଡ଼ ଖସିଯିବାରୁ ଦୁଇ ଜଣ ଯୁବକ ଖସି ପଡ଼ିଥିଲେ।  ଉଭୟେ କୁଣ୍ଡ ମଧ୍ୟରେ ଖସିପଡିଥିବାବେଳେ ଜଣଙ୍କୁ ଅନ୍ୟ ସାଙ୍ଗ ମାନେ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲେ। କିନ୍ତୁ ସୌରଭ କୁଣ୍ଡ ଭିତରେ ବୁଡି ଯାଇଥିଲେ । ଖୋଜା ଖୋଜି କରି ନ ପାଇବାରୁ  ନିକଟସ୍ଥ କାଦକଳା ଗ୍ରାମବାସୀ ଙ୍କୁ ଖବର ଦେବାରେ ଗ୍ରାମ ବାସୀ ଖୋଜି ଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ଖବର ପାଇ ନୟାକୋଟ ପୋଲିସ ଓ  ବାଂଶପାଳ ଦମକଳ କର୍ମଚାରୀ ମାନେ ଘଟଣାସ୍ଥଳରେ  ପହଞ୍ଚି  ମୃତ ଦେହଟିକୁ ଜବତ କରି ବାଂଶପାଳ ମେଡିକାଲ କୁ ପଠେଇଛନ୍ତି  ।

Leave A Reply

Your email address will not be published.